Breaking News

ମହଲା କଣ୍ଟାରେ ଯାଦବ ସମାଜ ପକ୍ଷରୁ ରାହସ ପୂର୍ଣ୍ଣିମା ଯଜ୍ଞ ମହୋତ୍ସବ.



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଳା ଭେଡେନବ୍ଲକ ମାନପୁର ପଞ୍ଚାୟତ ମହଲା କଣ୍ଟା ଗ୍ରାମରେ ଯାଦବ ସମାଜ ପକ୍ଷରୁ ରାହସ ପୂର୍ଣ୍ଣିମା ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ପାରମ୍ପରିକ ରୀତିନୀତି ଅନୁଯାୟୀ ୨୯ତାରିଖ ଦିନ କଳସ ଯାତ୍ରା ସହ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା ସହ ଗୀତା ଯଜ୍ଞ ର ଶୁଭାରମ୍ଭ ହୋଇଥିଲା ।  ୩୦ତାରିଖରେ ଶ୍ରୀକୃଷ୍ଣଙ୍କ ପଞ୍ଚଉପଚାର ପୂଜା କରି ଶ୍ରୀମଦ ଭଗବତ ଗୀତା ହୋମ,ଯଜ୍ଞ,ଆହୁତି ସହ ପୂର୍ଣ୍ଣାହୁତି ହୋଇଥିଲା। ଏହି ଅବସରରେ କର୍ତ୍ତା ଆସନରେ ସପତ୍ନୀକ ତିନିଯୋଡି କର୍ତ୍ତା ନିଲାମ୍ଭର ମଲ୍ଲିକ ଓ ଇପ୍ ସୀତା ମଲ୍ଲିକ, ବାସୁଦେବ ଭୁଏ ଓ ସୁମିଧା ଭୁଏ,ମାନସ ଗରିଆ ଓ ସସ୍ମିତା ଗରିଆ ଯୋଗଦେଇଥିଲେ । 
ପଣ୍ଡିତ ଭାବେ ରଜତ ଦାଶ, ଛନ୍ଦାଚରଣ ପାଢ଼ୀ ଓ ସନ୍ତୋଷ ମହାପାତ୍ର ଯଜ୍ଞ କାର୍ଯ୍ୟ ତୁଲାଇଥିଲେ।ଏହି ଅବସରରେ ରାହସ ପୂର୍ଣ୍ଣିମା କମିଟିର ସଭାପତି ମାନସ ଗରିଆ ଙ୍କ ସଭାପତିତ୍ୱ ରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ଧନସିଂହ ଭୋଇ ଯୋଗଦେଇ ଭୁତପୂର୍ବ ଜିଲ୍ଲା ଯାଦବ ସମାଜର ସଭାପତି ସ୍ବର୍ଗତ ଲମ୍ବୋଦର ମଲ୍ଲିକ ଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ସେହିପରି ସମ୍ବାନୀତ ବକ୍ତା ଭାବେ ରାଜ୍ୟ ସାଧାରଣ ସଂପାଦକ ରାଜୁ ଘିବେଳା,ରାଜ୍ୟ ଯୁବ ଯାଦବ ସମାଜର ସାଧାରଣ ସଂପାଦକ ପବିତ୍ର ବାଗ,ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଖାଡିଆ ବଗର୍ତ୍ତି,ଜିଲ୍ଲା କମିଟିର ଉପଦେଷ୍ଟା କୁଞ୍ଜ ବିହାରୀ ରାଉତ,ଜିଲ୍ଲା ଯାଦବ ସମାଜର ସାଧାରଣ ସଂପାଦକ ରାମ ନାରାୟଣ ଭୋଇ,ଭେଡେନ ବ୍ଲକ ସଭାପତି ଚୁଡାମଣି ବାଗ ପ୍ରମୁଖ ଯୋଗଦେଇ ଲୀଳାମୟ ଶ୍ରୀକୃଷ୍ଣ ଙ୍କ ମହିମା ଉପରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ରମାକାନ୍ତ ବଗର୍ତ୍ତି,କୃଷ୍ଣଚନ୍ଦ୍ର ମଟାରୀ,କେଶବ ହାତୀ,ବାସୁଦେବ ବାଗ,ନିରୋଜ ପୋଢ଼,ବେଣୁଧର ସାଣ୍ଢ,ଅଗସ୍ତି ବଗର୍ତ୍ତି,ଧର୍ମରାଜ ଭୁଏ,ପୌଳସ୍ତ୍ୟ ସାଣ୍ଢ,ତେଜରାତ ଭୋଇ,ଡାକ୍ତର ବଗର୍ତ୍ତି,କିଶୋର ବଗର୍ତ୍ତି,ଆଦି ଜାଲ,ନୀତିଆ ଦୀପ,ଝପଟୁ ଭୁଏ,ରାମ ଭୁଏ,ଜଗବନ୍ଧୁ ଭୁଏ,ତରଣୀ ଭୁଏ,ସୀତାରାମ ଭୁଏ,ନିଳାଞ୍ଜଳ ଗରିଆ,ତୀର୍ଥ ବାଗ,ସଦାନନ୍ଦ ଭୁଏ,କଏଟୁ ଭୁଏ ପ୍ରମୁଖ ଯଜ୍ଞ ରେ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ ଆଇନଜୀବୀ ରକ୍ଷାକାରୀ ଠେଲା ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୨/୧୨/୨୦୨୦---- ୪,୦୫

Blog Archive

Popular Posts