Breaking News

ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ର ୯ ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ



ଜଟଣୀ --ଆଳୁଗୁଳୁ ନିକଟସ୍ଥ ଆଇ. ଆଇ. ଟି. ଭୁବନେଶ୍ୱର,ପରିଷରରେ ୯ ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ସମାରୋହ ହେଉଛି ମିଶ୍ରିତ ମୋଡରେ ପେଣ୍ଡାମିକ ସମୟରେ କରାଯାଇଥିବା ଏକ ଜୀବନ୍ତ ସମାରୋହ । ଅନ୍ୟମାନଙ୍କ ଠାରୁ ଭିନ୍ନ ଏବଂ ସମଗ୍ର ବିଶ୍ୱରେ ଏହା ପ୍ରଥମ ।  ଏହି ଉତ୍ସହବରେ ମୁଖ୍ୟ ଅତିଥି ରୂପେ ମାନନୀୟ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଡ଼ଃ. ରମେଶ ପୀଖାରିୟଲ 'ନିଶଙ୍କ 'ଅନଲାଇନ ମାଧ୍ୟମରେ ଯୋଗଦେଇ ଉତ୍ସବର ଶୋଭା ବଢ଼ାଇଥିଲେ ।
ସମ୍ମାନୀତ ଅତିଥିରୂପେ ଭାରତ ସରକାରଙ୍କ ଶିକ୍ଷା ରାଜ ମନ୍ତ୍ରୀ ଶ୍ରୀ ଶଞ୍ଜୟ ଛେତ୍ରୀ ଅନଲାଇନ ମାଧ୍ୟମରେ ଯୋଗଦେଇ ଉତ୍ସବକୁ ସମ୍ବୋଧିତ କରିଥିଲେ । ଉତ୍ସବକୁ ଅଧକ୍ଷତା କରିଥିଲେ ଆଇ. ଆଇ. ଟି. ଭୁବନେଶ୍ୱର ଅଧିକାରୀ ତଥା ମଣ୍ଡଳ ଅଧକ୍ଷ ଡ଼ଃ. ରାଜେନ୍ଦ୍ର ପ୍ରସାଦ ସିଂ, ଆଇ. ଆଇ. ଟି. ନିର୍ଦେଶକ ପ୍ରଫେସର ଆର. ଭି. ରାଜ କୁମାର ଉତ୍ସବରେ ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସନ୍ନମାନିତ କରିଥିଲେ  ।
  ଏହି ଉତ୍ସବରେ ମାନନୀୟ ମନ୍ତ୍ରୀ ଆଇ. ଆଇ. ଟି. ପରିଷରରେ ଛାତ୍ରବାସ, ଖେଳ ପରିଷର, ମାନବିକ ସାମାଜିକ ବିଜ୍ଞାନ ଏବଂ ପ୍ରବନ୍ଧ ବିଦ୍ୟା ପୀଠର ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଏକ ଲମ୍ବା ରାସ୍ତା ତିଆରି କରିବା ଯାହାକି ଆମର ଭବିଷ୍ୟତ ଗଢିବାରେ ସହାୟକ ହେବ । ପ୍ରତେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସଫଳତା କାମନା କରିଥିଲେ ।   
ଜଟଣୀ --ରଙ୍ଗନାଥ ବେହେରା ୫/୧୨/୨୦----୧୦,୩୦

Blog Archive

Popular Posts