Breaking News

ନାଗ ସାପ ଉଦ୍ଧାର


 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଡେଲାଙ୍ଗ  ଗ୍ରାମର ପ୍ରତାପ ଚନ୍ଦ୍ର ବାହିନିପତିଙ୍କ ଘରେ ଏକ ୪ଫୁଟର ବିଷାକ୍ତ ନାଗ ସାପ ସୋମବାର ପଶି ଯାଇଥିଲା । କୌଣସି ଦୁର୍ଘଟଣା ଘଟିବା ଆଗରୁ ଘର ଲୋକମାନେ ସାପ ପଶିଥିବା ଜାଣି ପାରିଥିଲେ । ସାପ ଟିକୁ ଘରୁ କାଡିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସାପଟି ପାଟିତୁଣ୍ଡ ଶୁଣି ଭୟରେ ଲୁଚିକି ରହିଥିଲା । ଶେଷରେ ଥେଣ୍ଟାଣା ଗ୍ରାମର ସାପ ଧରାଳି ସନ୍ତୋଷ ନାୟକଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ସନ୍ତୋଷ ପ୍ରତାପଙ୍କ ଘରେ ପହଞ୍ଚି ସାପଟିକୁ ଧରିବାରେ ସଫଳ ହୋଇଥିଲେ । ସାପଟିକୁ ପାଖ ଜଙ୍ଗଲେ ଛାଡି ଦିଆଯାଇଥିବା ଜଣାପଡିଛି । ମାତ୍ର ସନ୍ତୋଷ ଡେଲାଙ୍ଗରୁ ପ୍ରତିଦିନ ସାପଧରି ଲୋକମାନଙ୍କ ଜୀବନ ରକ୍ଷା କରୁଥିବା ବେଳେ ମାତ୍ର କୌଣସି ସରକାରୀ ସାହାର୍ଯ୍ୟ ପାଉନଥିବା ଜଣାପଡିଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୩୦

Blog Archive

Popular Posts