ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ. ଅଳ୍ପକେ ବର୍ତ୍ତିଲେ ପରିବାର
ଡେଲାଙ୍ଗ ------- ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଗଙ୍ଗପୁର ପାଟଣା ଗ୍ରାମର ସରୋଜ କୁମାର ରଣା(୩୪) ଙ୍କ ଘରେ ରୋଷୋଇ କରୁଥବା ବେଳେ ଗ୍ୟାସ ଟାଙ୍କରେ ହଠାତ ନିଆଁ ଲାଗି ଯାଇଥିଲା । ଗ୍ୟାସଟି ଲିକ ହୋଇ ନିଆଁ ଜଳିବା ସମୟରେ ସରୋଜଙ୍କ ସ୍ତ୍ରୀ ଏହା ଦେଖି ସାହସର ସହିତ ବଡ ପାଟିରେ ଡାକ ପକାଇଥିଲେ । ଘରର ପରିବାର ଲୋକମାନେ ଜମା ହୋଇ ନିଆଁକୁ ଆୟତ କରିବା ପାଇଁ କମଳ ଓ ବାଲି ପକାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଅନ୍ୟ ପକ୍ଷେ ଡେଲାଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର ହାବିଲଦାର ଜୟରାମ ସାହୁ, ଆଗ୍ନିକ ବିକାଶ କୁମାର ଧିର, ପ୍ରକାଶ ଚନ୍ଦ୍ର ସେଠୀ, ସୁମନ୍ତ କୁମାର ପଣ୍ଡା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେକି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ପରିବାର ରକ୍ଷା ପାଇଗଲେ ବୋଲି ଗ୍ରାମାବସୀ ମାନେ କହନ୍ତି । ଅନ୍ୟ ପକ୍ଷେ ଭାରତ ଗ୍ୟାସ ଟାଙ୍କି ୱାସର ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ଓ ଗ୍ରାମାବସୀ ମାନେ କହନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୩୦