Breaking News

ପିପିଲିରେ ବିଜେପି ପକ୍ଷରୁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ ଏବଂ ଇସ୍ତଫା ଦାବୀ

 ପିପିଲି ----- ନୟାଗଡ଼ ପରୀ ହତ୍ୟାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଚାଲିଛି । ବିିିିିିଜେପିି ପକ୍ଷରୁ ପିପିଲିରେ ମଧ୍ୟ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ କରାଯାଇଛି । ସେହି ଛୋଟ ୫ ବର୍ଷର ଝିଅ ପରୀ ହତ୍ୟା ପଛରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକା ରହିଥିବା ଅଭିଯୋଗ ଆସିିିଛି ।  ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କଲେଣି ହେଲେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି କି ପରୀ ଓ ତାର ପରିବାରକୁ ନ୍ୟାୟ ଦେବାରେ ସଫଳ ହୋଇନାହାନ୍ତି । ଯେହେତୁ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଆସୁଛି ତେଣୁ ତାଙ୍କ ଇସ୍ତଫା ଦାବୀ କରିଛି ପୁରୀଜିଲ୍ଲା ବିଜେପି । ଯେପର୍ଯ୍ୟନ୍ତ ସେ ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ ତଦନ୍ତ ନିରପେକ୍ଷ ହେବନାହିଁ ବୋଲି  ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି  । ଏଥିପାଇଁ ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ରାଲି ପିପିଲି ସ୍ଥିତ ବାରିମୂଳ ଠାରୁ କଣ୍ଟି ପର୍ଯ୍ୟନ୍ତ ଯାଇଥିଲା । ସେଠାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ ! ରାଜ୍ୟ ସରକାର ଯେଉଁ SIT ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ତାହାକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିବା ବେଳେ CBI ତଦନ୍ତ ପାଇଁ ଦାବୀ କରିଛନ୍ତି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ । ନଚେତ ଆଗାମୀ ଦିନରେ ଏହି ପ୍ରତିବାଦ ସମୂହ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । 

ବିିଜୟ କୁମାର ମହାପାତ୍ର ,୩/୧୨/୨୦୨୦---୧୨,୩୦

Blog Archive

Popular Posts