Breaking News

ଡେଲାଙ୍ଗର ଫନି ବିପନ୍ନଙ୍କ ସମସ୍ୟାକୁ ନେଇ କଂଗ୍ରେସ ପୁଣି ଉଠାଇଲା ସ୍ୱର


 ଡେଲାଙ୍ଗ --------ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଫନି ବିପନ୍ନଙ୍କ ସମସ୍ୟାକୁ ନେଇ ଡେଲାଙ୍ଗ ତହସିଲଦାରଙ୍କୁ ଡେଲାଙ୍ଗ କଂଗ୍ରେସ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରିଛି । ଫନିକୁ ୧୮ ବିତିଯାଇଥିଲେ ମଧ୍ୟ  ପ୍ରଶାସନ ବିପନ୍ନଙ୍କୁ ସଠିକ ଭାବେ ସହାୟତା ଯୋଗାଇବାରେ ବିଫଳ ହୋଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ତିନି ତିନି ଥର ତଦନ୍ତ ସରିବା ପରେ ମଧ୍ୟ ଫନି ବିପନ୍ନଙ୍କୁ ସରକାରୀ ସାହାର୍ଯ୍ୟ ଦେବାରେ ପ୍ରଶାସନ ଟାଳଟୁଳ ନୀତି କରୁଛି । ଅନ୍ୟ ପକ୍ଷେ  କିଛି ବିପନ୍ନ ମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଶାସନ ଅଚଳ କରିଛି । ଯାହା ଫଳରେକି ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁ ଛନ୍ତି । ଡେଲାଙ୍ଗ କଂଗ୍ରେସ ପକ୍ଷରୁ ଏହି ସମସ୍ୟାକୁ ନେଇ ଡେଲାଙ୍ଗ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ  ପ୍ରାୟ ୫୦ଜଣ କଂଗ୍ରେସ କର୍ମୀ ଓ କଯଗ୍ରେସ ନେତା ମାନେ ଉପସ୍ଥିତ ରହିଥିଲେ । ଏହା ଆଗରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର  ଫନି ବିପନ୍ନଙ୍କୁ ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ମଙ୍ଗଳବାର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ ଓ ବ୍ଳକ ସଭାପତି ରବି ଦାଶଙ୍କ ସହିତ ଅନେକ କଂଗ୍ରେସ କର୍ମୀ ମାନେ  ଉପସ୍ଥିତି ରହିଥିଲେ । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ କଂଗ୍ରେସ ନେତାଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସାତ ଦିନ ମଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ପ୍ରତିଶୃତି ପାଳନ ନ ହେଲେ ଅଗାମୀ ଦିନରେ କଂଗ୍ରେସ ପକ୍ଷରୁ ବିକଳ୍ପ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୦-- ୭,୪୦

Blog Archive

Popular Posts