ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ ଉଦଘାଟନ ; ୮୭ ରନରେ ରୁଲ ମେକର କ୍ଳବ ବିଜୟୀ
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ମ୍ୟାଚ କୋଭିଡ-୧୯ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ଏହି କ୍ରିକେଟ ମ୍ୟାଚକୁ ସୋମନାଥ ସ୍ପେଟିଙ୍ଗି କ୍ଳବ ଆୟୋଜନ କରିଥିଲା । ଉଦଘାଟନୀ ମ୍ୟାଚରେ ଭୁବନେଶ୍ୱରର ରୁଲ ମେକର କ୍ରିକେଟ କ୍ଳବ ୮୭ ରନରେ ବିଜୟୀ ହୋଇଛି । ହରିରାଜପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ, ଯୁଗଳ କୁମାର ଜେନା, ବିକ୍ରମ ଚମ୍ପତି ଓ ମହିଳା ନେତ୍ରୀ ନିରୁପମା ପାତ୍ର ଅତିଥି ଭାବେ ଯୋଗଦେଇ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଟଚ ଜିତି ପ୍ରଥମେ ଭୁବନେଶ୍ୱରର ରୁଲ ମେକର କ୍ରିକେଟ କ୍ଳବ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ବିନିମୟରେ ୨୪୨ ରନ କରିଥିଲେ । ଜବାବାରେ ;ଜେ.ସି. ଏ କୁସୁମାଟି କ୍ରିକେଟ କ୍ଳବ ୧୮ ଓଭର ୫ଟି ବଲରେ ସମସ୍ତ ଉଇକେଟ ହରାଇ ୧୫୫ ରନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ପୂର୍ଣ୍ଣ ସାହୁଙ୍କ ନାମ ଘୋଷଣା କରାଯାଇଥିଲା । ବସୁଦେବ ରାଉତରାୟ, ଅବିନାଶ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୦-- ୭,୪୦