Breaking News

ଅଗ୍ନିକାଣ୍ଡରେ ୫ବଖରା ଜଳିଗଲା


 ଡେଲାଙ୍ଗ ----- ଡେଲାଙ୍ଗ ତହସିଲ ଅଧିନସ୍ଥ ରେଞ୍ଚ ପଞ୍ଚାୟତର ପ୍ରହରାଜପୁର ପଲ୍ଲି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗି ୫ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ସୁଚନା ଅନୁଯାଇ  ବିଳମ୍ବିତ ରାତିରେ ପଲ୍ଲି ଗ୍ରାମର କରୁଣାକର ପ୍ରଧାନ,ଭ୍ରମର ପ୍ରଧାନ,ସନାତନ ରାଉତ,ଚିତରଞ୍ଜନ ରାଉତ ଓ ପ୍ରତାପ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା ।  ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗର  ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ନେତୃତ୍ୱରେ ହାବିଲଦାର ଜୟରାମ ସାହୁ ,ଫାୟାର ମ୍ୟାନ କିଶୋର ରଣା,ସାରଦା ପ୍ରସାଦ ଜେନା ,ପ୍ରକାଶ ସେଠୀ,ବି କେ ଧିର ଓ ଶ୍ରୀନିବାସ ସାହୁ ପ୍ରମୁଖ ସଦଳବଳ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଲାଗିଥିବା ନିଆଁକୁ ଆୟତ କରିଥିଲେ ବୋଲି  ଅଗ୍ନିଶମ ଅଧିକାରୀ ଶ୍ରୀଜେନାଙ୍କ ଠାରୁ ପ୍ରକାଶ । ମଙ୍ଗଳବାର ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଆର.ଆଇ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡ ଟି ପ୍ରତାପ ବେହେରାଙ୍କ ଗୁହାଳ ଘର ଧୁଆଁରୁ ନିଆଁ ଲାଗିଥିବା ପ୍ରାଥମିକ ଅନୁମାନ କରାଯାଉଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧/୧୨/୨୦୨୦---୭,୩୦

Blog Archive

Popular Posts