Breaking News

ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତା ରକ୍ଷା ହୋଇ ପାରିଲା ନାହିଁ


ଜଟଣୀ---- ଜଟଣୀ ପଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳ ୧୦ .୩୦ ମିନିଟ ସମୟରେ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ପ୍ରଦାନ କରାଯାଉଥିଲା । ପିଲା ମାନଙ୍କ ସହିତ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସରକାର ଜାରିକରିଥିବା କୋଭିଡ-୧୯ ଆଇନର ସାମାଜିକ ଦୂରତା ସମ୍ପର୍କରେ ସତେ ଯେପରି କେହିବି ଜାଣିନଥିଲା ପରି ଜଣାପଡ଼ୁଛି । ଚାଉଳ ପ୍ରଦାନ କରୁଥିବା ଅଧିକାରୀଙ୍କୁ ଏ ସମ୍ପର୍କରେ ସ୍ଥାନୀୟ ଯୁବକ ମାନେ ପଚାରିବାରୁ ସେ କହିଲେ କିଛି ହୋଇନି ସବୁ ଠିକ ଅଛି । ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାପରେ ଶେଷରେ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଏ ବିଷୟରେ ଅବଗତ କରାଯାଇଥିଲା । ଚାଉଳ ପ୍ରଦାନ କରୁଥିବା ଅଧିକାରୀଙ୍କୁ ତାଗିଦ କରିବା ସହିତ ସୂଚାଇ ଦେଲେ କି ଗାଇଡ଼ଲାଇନ ଅନୁସାରେ ସାମାଜିକ ଦୂରତା ରଖି କାର୍ଯ୍ୟକର ନଚେତ ବନ୍ଦ କର । ଦେଖିବା କେତେଦୂର ଉପ ଜିଲ୍ଲାପାଳଙ୍କ ଆଦେଶ ଅଧିକାରୀ ମାନେ କାର୍ଯ୍ୟକାରୀ କରୁଛନ୍ତି ।
ଜଟଣୀରୁ ଇଫେତଖାର ଅଲ୍ଲୀ

Blog Archive

Popular Posts