ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬୧ ହଜାର ୯ଶହ ଟଙ୍କା ପ୍ରଦାନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକରେ ଓଡିଶା ଜୀବିକା ମିଶନ ଶକ୍ତି ପକ୍ଷରୁ ଗଠନ କରାଯାଇଥିବ ପଞ୍ଚାୟତ ମହିଳା ମହାମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ୬ ହଜାର ୭ଶହ ଟଙ୍କା ଚେକ ବିଡିଓ ସରୋଜ କୁମାର ଦତ୍ତ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ଫଳରେ ରାଜ୍ୟର ଆର୍ଥିକ ପରିସ୍ଥିତି ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବଳପୁର ଗ୍ରାମ ପଞ୍ଚାୟତର ଜୟଦୁର୍ଗା, ହନୁମାନ, ତାରେଣୀ, ସାଇବାବା, ଘଣ୍ଟେଶ୍ୱରୀ , ସ୍ୱାଧୀନ, ମମତା, ଗୋପିନାଥ, ତୁଳସି, ଚେତନା, ବ୍ରହ୍ମବାବା ବାଲୁଙ୍କେଶ୍ୱର ମା ର୍ପାବତୀ ପରି ଅନେକ ମହିଳା ଗୋଷ୍ଠୀ ମିଳିତ ହୋଇ ୩୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମଧୁବନ ପଞ୍ଚାୟତ ମହାମଞ୍ଚ ପକ୍ଷରୁ ୫ ହଜାର , ସାଣ୍ଢରାଶାସନ ଗ୍ରାମ ପଞ୍ଚାୟତ ପକ୍ଷରୁ ୧୦ ହଜାର, ଦୁଗଲ ଗ୍ରାମ ପଞ୍ଚାୟତର ମହାମଞ୍ଚ ପକ୍ଷରୁ ମାତ୍ର ୫ ହଜାର ଟଙ୍କା ଓ ମହୁରା ଗ୍ରାମ ପଞ୍ଚାୟତରୁ ୬ ହଜାର ୯ ଶହ ଟଙ୍କା ପ୍ରଦାନ କରିଛନ୍ତି । ଓଡିଶା ଜୀବିକା ମିଶନ ର ବି.ଟି.ଏମ ଶାସ୍ୱତୀ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି