ଦଳୀୟ ପତକା ଲଗାଇ ମାକ୍ସ ଓ ସାନିଟାଇଜ ବଣ୍ଟନ ; ସରପଞ୍ଚଙ୍କ ନାମରେ ଅଭିଯୋଗ
ପିପିଲି-ପିପିଲି ସବୁ ସମୟରେ ରାଜ୍ୟରେ ଚର୍ଚ୍ଚାରେ ରହିଛି । ଖୁବ ନିକଟରେ ପିପିଲି ଦାନ ଗହୀର ଗ୍ରାମରେ କୋରନା ରୋଗୀ ଚିହ୍ନଟ ହୋଇ ରାଜ୍ୟ ଓ ଜିଲ୍ଲାରେ ଚର୍ଚ୍ଚାରେ ରହିଥିଲା । କୋରନା ସମୟରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି ପିପିଲିରେ । ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସରପଞ୍ଚ ଶୁଭାଶିଷ ରଥ ବିଜେପି ଦଳୀୟ ପତକା ଓ ଉତ୍ତରୀୟ ବେକରେ ପକାଇ କୋରନା ସମୟରେ କର୍ମିମାନଙ୍କୁ ସାଥିରେ ନେଇ ଗ୍ରାମରେ ସାନି ଟାଇଜର କରିବା ସହ ଫଟୋ ଗୁଡିକ ହ୍ୱାଟସପରେ ସେୟାର କରିଥିଲେ । ସେହି ଗ୍ରାମର ଅଜୟ କୁମାର ଲେଙ୍କା ବିଡିଓ ପିପିଲି,ତହସିଲଦାର ଓ ଥାନା ଅଧକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।ଏହି କୋରନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୀତି ନକରିବା ପାଇଁ ବାରମ୍ବାର ନିବେଦନ କରାଯାଇଥିବା ବେଳେ ସରପଞ୍ଚ ଦଳୀୟ ପତକା ଲଗାଇ ଅଞ୍ଚଳରେ ହୀନ ମାନସିକତାର ରାଜନିତୀ କରିବା ସହ ଅନ୍ୟ ରାଜନୈତିକ ଦଳ ମାନଙ୍କୁ ସରକାରଙ୍କ ନିୟମ କାନୁନ ନମାନିବା ପାଇଁ ସେ ଆହ୍ୱନ ଦେଇଥିବା ମନେ ହେଉଛି । ସେଥିପାଇଁ ସରକାରଙ୍କ ନିୟମକୁ ଅବମାନନା କରି ବିଜେପି ଦଳୀୟ ପତକା ବ୍ୟବହାର କରିଥିବା ସରପଞ୍ଚଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀଲେଙ୍କା ଦାବି କରିଛନ୍ତି ।ଏନେଇ ପିପିଲି ବଡିଓ ଗୈାରବମୟ ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ମିଳିଛି ଘଟଣାର ଅନୁଧ୍ୟାନ କଲାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ପିପିଲି ରୁ ବିଜୟ କୁମାର ମହାପାତ୍ର