ଛାତ୍ରଛାତ୍ରୀ ମାନଙ୍କ ଘରେ ପହଞ୍ଚିଲା ପାଠ୍ୟ ପୁସ୍ତକ
ପିପିଲି-ରାଜ୍ୟରେ କୋରନା ପାଇଁ ଲକ ଡାଉନ ଜାରି ରହିଥିବା ସହ ସ୍କୁଲ ଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସରକାରଙ୍କ ନିଦ୍ଦେର୍ଶରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଘରେ ରହି ପାଠ ପଢି ପାରିବେ ସେନେଇ ସ୍କୁଲର ଶିକ୍ଷକ ମାନେ ଦୁଆର ଦୁଆର ବୁଲି ପୁସ୍ତକ ବଣ୍ଟନ କରିଛନ୍ତି । ପୋଡଙ୍ଗ ସ୍କୁଲର ଶିକ୍ଷକ ଦିଲ୍ଲିପ କୁମାର ରଥ,ଅନିତା କର,ଗୋବିନ୍ଦ ଚନ୍ଦ୍ର ସେନାପତି ଙ୍କ ତତ୍ୱବଧାନରେ ୨ୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୦୬ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଘର ଦୁଆରେ ପୁସ୍ତକ ବଣ୍ଟନ କରିଥିବାର ଦେଖିବାକୁ ମିଳିଛି ।