Breaking News

ଲକ୍ ଡାଉନ୍ ସାତ ଦିନପରେ ପ୍ରଶାସନର ନିଦ ଭାଙ୍ଗିଲା ; ରାସ୍ତା ବିଶୋଧନ ହେଲା


  ବରଗଡ଼----ବିଶ୍ଵବ୍ୟାପୀ ମହାମାରୀ କରୋନା ପାଇଁ ଏବେ ଚାରିଆଡେ ଆତଙ୍କର ତାଣ୍ଡବଲୀଳା।ଏନେଇ ସରକାର କରୋନା ମହାମାରୀର ଦମନ ଯୋଗୁଁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ହାତ ଖୋଲି ଦେଇଛନ୍ତି । ଲୋକଙ୍କ ସୁରକ୍ଷା ଓ ସୁବିଧା ସୁଯୋଗ ନିମନ୍ତେ ଅନେକ ପଦକ୍ଷେପ ମାନ କରିଚାଲିଛନ୍ତି।ହେଲେ ଅତାବିରା ଏନଏସି ଅଞ୍ଚଳରେ ତାର ବାସ୍ତବ ରୂପ ଅଲଗା।ପ୍ରଶାସନିକ ଅବହେଳା ତଥା ସ୍ୱାର୍ଥ ଲାଳସା ଯୋଗୁଁ ତାହା ଆଖି ଦୃଶିଆ ପଦକ୍ଷେପ ମାନ ନିଆଯାଉନାହିଁ ବୋଲି ଲୋକେ କହନ୍ତି। ଗତ ମାର୍ଚ୍ଚ ୨୩ତାରିଖରୁ ନିର୍ଦ୍ଦେଶ ହୋଇ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଲୋକଙ୍କୁ ସଚେତନ କରିବା ସହ ପାନୀୟଜଳ, ବିଜୁଳି,ପାଇଖାନା,ଶଯ୍ୟା,ରନ୍ଦା ଖାଦ୍ୟ ବ୍ୟବସ୍ଥା ସହ ସାନିଟାରୀ ତଥା ସାବୁନ,ସର୍ପ,ବିଲିଚିଂ ପାଉଡର, ଫିନାଇଲ ସବୁ ର ବ୍ୟବସ୍ଥା କରିବାର ନିର୍ଦ୍ଦେଶ ରହିଥିଲେ ହେଁ ଲକଡାଉନ ର ୬ଦିନ ପରେ କେନ୍ଦ୍ରଟି ଚୂନ ମାରି କିଛିଟା ବ୍ୟବସ୍ଥା ହୋଇ ତାହା ମଧ୍ୟ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଲକଡାଉନ ବ୍ୟବସ୍ଥାକୁ କଡାକଡ଼ି କରିବାର ନିୟମ ରହିଥିବା ବେଳେ  ତାହା ମଧ୍ୟ ସଠିକ ଭାବେ ପାଳନ କରାଯାଉନାହିଁ ।  କଂଗ୍ରେସ ଦଳ ପକ୍ଷରୁ ଅତାବିରା ଏନଏସି ଅଞ୍ଚଳରେ ସାନିଟାଇଜ କରାଯିବା ପରେ ଲୋକଙ୍କ ହୋ ହାଲ୍ଲାକୁ ଦେଖି  ଏନଏସି କତ୍ତୃପକ୍ଷ ଙ୍କ ନିଦ ଭାଙ୍ଗିଲା ବୋଲି ଲୋକମାନେ କହନ୍ତି । ଅଗ୍ନିଶମ ବିଭାଗକୁ ଡକାଇ ଚିଠି କରି ଲକଡାଉନର ୭ଦିନ ପରେ ଏପ୍ରିଲ ୧ ତାରିଖ ଦିନ ଲୋକ ଦେଖାଣିଆ ଭାବେ କେବଳ ରାଜରାସ୍ତା ଉପରେ ସକାଳ ୮ଟା ରୁ ୧୧ଟା ପର୍ଯ୍ୟନ୍ତ  ନାମକୁ ମାତ୍ର  ବିଲିଚିଂ ଫିନାଇଲ ମିଶାଇ ବିଶୋଧନ କରାଯାଇଥିଲା।କିଛି ସମୟ ଯିବା ପରେ ବିଂଚି  ବା ଫିନାଇଲି ର ବାସ୍ନା  ନଥିଲା ବୋଲି ଯିବାଆସିବା ଲୋକେ କହୁଥିଲେ। ତେବେ ସାମାନ୍ୟ କିଛି ସ୍ଥାନରେ ଅଳ୍ପ ସମୟ ପାଇଁ ବିଶୋଧନ କରି ଲୋକଙ୍କୁ ଭୁଆଁ ବୁଲାଇ ନିଜ ସ୍ୱାର୍ଥ ହାସଲ କରାଯାଉଥିବାର ଗନ୍ଧ ବାରି ହୋଇପଡୁଛି ବୋଲି ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts