ମାନିନେଲି କଟକଣା ,ଗଣିଲେ ତଣ୍ଡ,
କୁରାଳ----- କରୋନା ମହାମାରୀ ନିମନ୍ତେ ବର୍ତ୍ତମାନ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଅଛି । ଯାନଵାହନ ଚଳାଚଳ ଏବଂ ଲୋକଙ୍କ ଯାତାୟାତ ଉପରେ ଅଧିକ ଗୁରୁତ୍ୱ ଦେବା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି ନିୟମକୁ ନ ମାନି ପ ବିଭିନ୍ନ ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ । ସ୍ଥାନୀୟ ପ୍ରଶାସନିକ ଅଧିକାରଙ୍କ ତରଫରୁ ଓଡ଼ଗାଁର ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ପ୍ରଥମ ଦିନ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ୧୭ ଜଣ ମାକ୍ସ ନ ପିନ୍ଧି ଥିବାରୁ ସେମାନଙ୍କ ଠାରୁ ୩୪୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେହିପରି ଓଡ଼ଗାଁ ଆଦର୍ଶ ଥାନା ଏ.ଏସ.ଆଇ ସଞ୍ଜୟ କୁମାର ପରିଡାଙ୍କ ନେତୃତ୍ୱରେ ମାକ୍ସ ନ ପିନ୍ଧି ଥିବାରୁ ୨୦ ଜଣଙ୍କ ଠାରୁ ୪୦୦୦ ଟଙ୍କା ଆଦାୟ କରିବା ସହ ସେମାନଙ୍କୁ ନୂତନ ମାସ୍କ ଦିଆଯାଇଛି।ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଅଛି।
କୂରାଳରୁ ଅର୍ଜୁନ ସାହୁ