ଅତାବିରାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର
ବରଗଡ଼--- ମହାମାରୀ କରୋନା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବାବେଳେ ସେଥିରେ ପୁଣି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଭିନ୍ନ ସ୍ଥାନରେ ଦଳ ତଥା ଅନୁଷ୍ଠାନର ସ୍ବେଛାସେବୀ ମାନଙ୍କ ଦ୍ଵାରା ଆରମ୍ଭ ହୋଇଯାଇଛି ରକ୍ତଦାନ ଶିବିର।ଯାହା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତର ନିଲେଇ ପାଲି ଠାରେ। ସେବା ଭାରତୀ ଓ ବୀଣାପାଣି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। ରୁଷଭ ଭୋଇ ଦ୍ବୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା ପୂର୍ବକ ଉଦଘାଟନ କରିଥିବାବେଳେ ସେବା ଭାରତୀ ଓଡିଶା ପଶ୍ଚିମ ଫକୀର ମୋହନ ଜାଲ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସେବା ଭାରତୀର ଆନନ୍ଦ ଅଗ୍ରୱାଲ,ଲଳିତ ରଏଙ୍କ ସହ ନିଲେଇ ପାଳିର ପ୍ରକାଶ ପ୍ରଧାନ,ସୁଧୀର ଦାଶ,ଟଙ୍କଧର ଭୋଇ,ଝସକେତନ ଭୋଇ,ଗୋପାଳ ସାହୁଙ୍କ ସକ୍ରିୟ ସହଯୋଗ ରହିଛି । ୨୫ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ୨ଜଣ ମହିଳା ସ୍ବେଛାସେବୀ ରକ୍ତଦାନ କରିଥିଲେ। ସେହିପରି ଗୋଡ଼ଭଗା ସାପ୍ତାହିକ ବଜାର ପ୍ରାଙ୍ଗଣରେ ସେବା ଭାରତୀ ଓ ଗୋଡ଼ଭଗା ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଏସ ଆଇ ବାଲୁଙ୍କେଶ୍ୱର ନାଏକ ଯୋଗ ଦେଇ ହନୁମାନଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ଵଳନ ସହ ପୂଜାର୍ଚ୍ଚନା ପୂର୍ବକ ଶିବିର ଟି ଉଦଘାଟିତ ହୋଇଥିଲା।ସେବା ଭାରତୀର କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ,ସମିତି ସଭ୍ୟ ସଞ୍ଜୀବ ପୋଢ଼,ବଜରଙ୍ଗ ଦଳର ଜଗ ଭାଇ, ମହେଶ ଶର୍ମା,କେବି ପ୍ରସାଦ ଯୋଗଦେଇ କାର୍ଯ୍ୟକ୍ରମର ସମ୍ପୁର୍ଣ୍ଣ ସହଯୋଗ କରିଥିିଲେ। ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତରୀ ଦଳଙ୍କ ମଧ୍ୟରେ ଡ଼ ଅଭିଳାଷ ପ୍ରଧାନ ଓ ମଣ୍ଟୁ ପ୍ରଧାନ,ଦେବାଶିଷ ମିଶ୍ର, ଉମାକାନ୍ତ ଭୋଇ,ସଂଜୀବ କୁମାର ବେରା,ପାଇନୁ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ ଦାୟିତ୍ୱରେ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ