ପୋଖରୀରେ ବୁଡି ମହିଳାଙ୍କର ମୃତ୍ୟ
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନଡାଖଣ୍ଡ ଗ୍ରାମର ଜଣେ ମହିଳା ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମହିଳାଙ୍କ ନାମ ଉର୍ମିଳା ବିଶ୍ୱାଳ (୪୫) । ସୁଚନାଯୋଗ୍ୟ ଯେ ସେ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକମାନେ ଖୋଜି ଖୋଜି କରିଥିଲେ । ତାଙ୍କୁ ପାଣିରୁ ଉଦ୍ଦାର କରି ଡେଲାଙ୍ଗ ସ୍ୱାସ୍ଥ୍ୟ କନ୍ଦ୍ରେକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି