Breaking News

ସାକ୍ଷୀଗୋପାଳ ମନ୍ଦିର ସେବାୟତ ପରିବାରଙ୍କୁ ଆର୍ଥକ ସହାୟତା ଯୋଗାଇ ଦେବାକୁ ଦାବି


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିର ସେବାୟତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କୁ ଦାବିପତ୍ର  ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଦିଆଯାଇଥିବା ଜଣାପଡିଛି ।  ରାଜ୍ୟ ରେ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ରାଜ୍ୟ  ଓ କେନ୍ଦ୍ର ସରକାର ଲକ ଡାଉନ ଜାରି କରିଛନ୍ତି ।  ଏଥିରୁ ବାଦ ପଡିନାହିଁ ସାକ୍ଷୀଗୋପାଳ ମନ୍ଦିର । ଠାକୁରଙ୍କ ସେବାରେ ନିୟୋଜିତ ହୋଇ ସେବାୟତ ମାନେ ଯାତ୍ରୀ ମାନଙ୍କ ଦାନ ଦକ୍ଷିଣରେ  ପ୍ରତିପୋଷଣ  ହେଉଥିଲେ । ମାର୍ଚ୍ଚ ୨୧ ତାରିଖ ଠାରୁ ଏକ ଡାଉନ ଜାରି ହେବା ପରେ ସେବାୟତ ପରିବାର ଏକ ମାତ୍ର ଠାକୁରଙ୍କ ସେବା କାନ୍ତି କରିବା ପରେ ଖଶଲି ହାତରେ ଘରକୁ େ‘ରୁଛନ୍ତି । ଏବେ ପୁରୀ ଶ୍ରୀ ମନ୍ଦିରର ସମସ୍ତ ସେବାୟତ ପରିବାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ମାତ୍ର ସେହି ନିୟମରୁ ସାକ୍ଷୀଗୋପାଳ ମନ୍ଦିର ବାଦ ପଡିଛି ।  ଏ ସମ୍ପର୍କରେ ସେବାୟତ ସଂଘ ବାରମ୍ବାର ମନ୍ଦିର ପ୍ରଶାସନ ନିକଟରେ ଦାବି କରି ଆସୁଛି । କୌଣସି ସୁ‘ଳ ନ ମିଳିବାରୁ ରାଜ୍ୟ ଦେବେତ୍ତର କମିଶନର, ଆଇନ ସଚ୍ଚିବ ଓ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଶଣ କରାଯାଇଛି । ମାତ୍ର ଅଧିକାରୀ ମାନଙ୍କ ଠାରୁ କୌଣସି ଆଶ୍ୱସନା ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts