ଲକ ଡାଉନ ସମୟରେ ପନି ପରିବା ବିକ୍ରୟ ପାଇଁ ମଣ୍ଡି ଖୋଳିବାକୁ ଦାବି
ସାକ୍ଷୀଗୋପାଳ-----ଲକ ଡାଉନ ଯୋଗୁ ସବୁ ଜିଲ୍ଲାରେ ପନି ପରିବା ବିକ୍ରୟରେ ଘୋର ସମସ୍ୟା ଦେଖା ଯାଇଛି । ଏହାକୁ ନଜର କରି ତୁରନ୍ତ ରାଜ୍ୟ ସରକାର ସବୁ ବ୍ଳକରେ ଗୋଟିଏ କିମ୍ବା ଦୁଇଟି ପନି ପରିବା ମଣ୍ଡି ଖୋଲିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି । ସାରା ଦେଶରେ କରୋନା ଭୁତାଣୁ ଯୋଗୁ ଲକ ଡାଉନ ଜାରି ହୋଇଛି । ଯାହାକି ଲୋକମାନେ ଘରୁ ସେପରି ବାହାରୁନାହାନ୍ତି । ସେ ପରି କାମ ନ ଥିଲେ ଲୋକମାନେ ବଜାର ଆସୁନାହାନ୍ତି । ମାତ୍ର ରାଜ୍ୟ ସରକାର ଲକ ଡାଉନ ସମୟରେ ମଧ୍ୟ ପନି ପରିବା ଦେକାନ ଓ ବିକ୍ରୟ ପାଇଁ କିଛି ଟା ନିୟମ କୋହଳ କରିଛନ୍ତି । ଆସ୍ତେ ଆସ୍ତେ ବେପାରୀ ମାନେ ଏବେ ଚାଷୀ ବିଲ ମୁଣ୍ଡରେ ପହଞ୍ଚିବା ଦେଖାଯାଇଛି । ମାତ୍ର ଚାଷୀ ଉତ୍ପାଦନ କରିଥିବା ପନି ପରିବା ଯେଉଁ ଦର ପାଇଥାନ୍ତା ମାତ୍ର ତା ଠାରୁ ବହୁ କମ ଦରରେ ଏବେ ଶାଗ ମାଛରେ ବିକ୍ରୟ କରୁଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମର ପ୍ରହଲ୍ଲାଦ ସ୍ୱାଇଁ ଜଣେ ସଫଳ ଚାଷୀ ଭାବେ ଜଣାଶୁଣା । ବଜାରର ଚାହିବା , ପାଗଯୋଗ ଓ ଋତୁ ଅନୁଯାୟୀ ସେ ପରିବା ଚାଷ କରିଥାନ୍ତି । ଏବେ ତାଙ୍କ ବିଲରେ ରହିଛି ପତ୍ର କୋବି ବା ବନ୍ଧାକୋବି । ଏହି ପନି ପରିବା ଚାଷ କରି ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ଏବେ କରୋନା ଯୋଗୁ ବିଲରେ ଥିବା ବନ୍ଧାକୋବି ବିକ୍ରୟରେ ଘୋର ପ୍ରତି ବନ୍ଦକ ଦେଖାଯାଇଛି । ଅନ୍ୟ ପକ୍ଷେ ଶ୍ରୀ ସ୍ୱାଇଁ କହନ୍ତି କରୋନା ଆସିଛି କିଛି ଦିନ ପାଇଁ , ଯେପରି ଫନି ଆସିଲା କେତେ ସମୟ ପାଇଁ ମାତ୍ର ସେ ଚାଲିଗଲା ଛାଡି ଦେଇଗଲା ଆମ ଉପରେ ବୋଝ । ମାତ୍ର କରୋନା ଆସିଛି ଆମ ଠାରୁ ଆମର ପିୟଜନଙ୍କୁ ଛଡେଇ ନେବା ପାଇଁ ତାହା ଆମେ କରେଇ ଦେବା ନାହିଁ । ଆମ ସରକାର ଆମେ ନିଶ୍ଚୟ ଜିତିବା କରୋନା ଠାରୁ ବୋଲି ସେ କହନ୍ତି । ମାତ୍ର ସରକାର ସବୁ କରିଛନ୍ତି ମାତ୍ର ଯେଉଁ ଚାଷୀ ମାନେ କରୋନା ମାଡରେ ସେମାନଙ୍କର କ୍ଷତି ହେଉଛି ସେମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରନ୍ତୁ । ଯାହାକି ଚାଷୀ ତା କୂଳ ବେଉଷା ନ ଛାଡି ଦାଦନ ନ ଯାଉ ବୋଲି କହନ୍ତି । ନଚେତ ସରକାର ପ୍ରତି ବ୍ଳକରେ ପନି ପରିବା ପାଇଁ ସରକାରୀ ମଣ୍ଡି ଖୋଳନ୍ତୁ । ଚାଷୀ ତାର ଉତ୍ପାଦନ କରୁଥିବା ଫସଲ ଉକ୍ତ ମଣ୍ଡିରେ ବିକୟ କରିବ ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି