ଜବତ ଗୋରୁଙ୍କୁ ପ୍ରଶାସନ ପଦାରେ ଛାଡିଲା,ସୁରକ୍ଷିତ ଥିବା ଗୋରୁ ଥାନା ଅଧିକାରୀ ନାମ କହି ଛଡ଼ାଇନେଲେ ଗୋ ଚାଲାଣକାରୀ
ବେଗୁନିଆ―ଲକଡାଉନ ସମୟରେ ଗୋ ଚାଲାଣକାରୀମାନେ ସକ୍ରିୟ ରହିଥିବାର ଜଣା ପଡ଼ିଛି ।ଗତ ୧୪ ତାରିଖ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗ୍ରାମର ଆଦିବାସୀ ସାହିରେ ୫୦ରୁ ଉର୍ଦ୍ଧ୍ବ ଗୋରୁ ଚାଲାଣ ପାଇଁ ବନ୍ଧା ହୋଇଥିଲେ ।ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ଖୋର୍ଦ୍ଧା ଏସଡିପିଓଙ୍କୁ ଖବର କରିଥିଲେ । ଖବର ପାଇ ଦୁଇ ପ୍ଲାଟୁନ ଫୋର୍ସ ସହ ସ୍ଥାନୀୟ ବେଗୁନିଆ ଥାନା ଅଧିକାରୀ, ବେଗୁନିଆ ଓ ବୋଲଗଡ଼ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡିକୁ ଜବତ କରିଥିଲେ । ଗୋରୁ ଗୁଡିକର କେହି ଦାବୀଦାର ନଥିବାରୁ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇ ନଥିବା ବେଳେ ଗୋରୁଙ୍କୁ ଗଡ଼ତରା ଠାରେ ପଦାରେ ଛାଡି ଦେଇଥିଲେ । ଲକଡାଉନ ସମୟ ହୋଇଥିବାରୁ ଖାଇବା ପିଇବା ପାଇଁ ନପାଇ ଗୋରୁ ଗୁଡିକ ଏଣେତେଣେ ବୁଲୁଥିବାର ଦେଖି କଡ଼ବ ଗ୍ରାମର କେତେକ ଲୋକ ଗୋରୁ ଗୁଡିକୁ ନେଇ ଯାଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି ।ସେଥିମଧ୍ୟରୁ ୮ ଟି ଗୋରୁ ବେଗୁନିଆ ତଳସାହିର ୟୁଥ କ୍ଲବର ସଭ୍ୟମାନେ ସୁରକ୍ଷିତ ଭାବେ ରଖିଥିଲେ । ଗତ ୧୬ ତାରିଖ ବିଳମ୍ବିତ ରାତିରେ କିଛି ଗୋ ଚାଲାଣକାରୀ ପହଁଚି ଟଙ୍କା ଦେଇ କିଣି ନେବାକୁ ଟଙ୍କାର ପ୍ରଲୋଭନ ଦେଖାଇଥିଲେ । କିନ୍ତୁ ୟୁଥ କ୍ଲବର ସଭାପତି ସୁକାନ୍ତ ପରିଡା ଓ ସଭ୍ୟମାନେ ଏଥିରେ ରାଜି ନହେବାରୁ ସମସ୍ତେ ଚାଲିଯିବାପରେ ପୁନଶ୍ଚ ୫ ଜଣ ଲୋକ ଆସି ୩ ଟି ଗୋରୁକୁ ଚୋରୀ କରି ନେଉଥିବାର ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ।ସେମାନେ ଏ ସମ୍ପର୍କରେ ପଚାରିବାରୁ କହିଥିଲେ ଯେ ଆମର ଗୋରୁ ବେଗୁନିଆ ଥାନା ଅଧିକାରୀ ନେଇ ଯିବା ପାଇଁ କହିଛନ୍ତି । ଏବେ ଅନ୍ୟ ୫ ଗୋଟି ଗୋରୁଙ୍କୁ ଗୋଶାଳରେ ଛଡ଼ାଯାଇଥିବାର ଭିଡିଓ ରହିଅଛି । ପୋଲିସ କାହିଁକି ଗୋ ଚାଲାଣ କାରୀଙ୍କୁ ଗିରଫ କରୁନାହିଁ ବୋଲି ୟୁଥ କ୍ଲବର ସଭ୍ୟମାନେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ୍ରଞ୍ଚଳରେ ଚାପ ଉତ୍ତେଚନା ପ୍ରକାଶ ପାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା