Breaking News

ପିପିଲି ବ୍ଳକରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ମିଶିଲେ ଶତାଧିକ ମହିଳା ପୁରଷ କର୍ମୀ

 ପିପିଲି ----- ପିପିଲି ବଜେଡି କାର୍ଯ୍ୟାଳୟ ପରିସରରେ ଅପରାହ୍ନରେ କଂଗ୍ରେସ ଓ ବିଜେପି ଦଳର ଶତାଧିକ ମହିଳା ପୁରୁଷ ର୍କମୀ ମାନେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ମିଶିଥିଲେ  । ବିଜେଡି ଦଳର ତୁଙ୍ଗନେତା ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ନେତ୍ୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା  । ବିଜେପିର ପୁରୀ ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ଚିନ୍ନୟ ମହାପାତ୍ରଙ୍କ ସହିତ ସୁବୋଧ ମହାନ୍ତି, ବିଜୟ ଲକ୍ଷ୍ମୀ ମିଶ୍ର, ରତ୍ନାକର ପ୍ରଧାନ, ଦବ୍ୟିସିଂହ ଦାସ, ନମିତା ପଟ୍ଟନାୟକ, ତ୍ରିପାଥ ପ୍ରଧାନ, ଅଶୋକ ପ୍ରଧାନ, ରବିନ୍ଦ୍ର ମହାପାତ୍ର, କୌଳାସ ମହାପାତ୍ର, ସଂଜୟ ମହାପାତ୍ର, ବିଭୁତି ଭୁଷଣ ବେହେରା, ପ୍ରଫୁଲ ଚନ୍ଦ୍ର ରଥ, ଫକୀର ମୁଦୁଲି, ସନ୍ଦୀପ ନନ୍ଦ, ସାଧୁଚରଣ ମହାନ୍ତି, ସତ୍ୟ ନାରାୟଣ ପଟ୍ଟନାୟକ, ଭାସ୍କଳ ଜେନା, ସନାତନ ସାହୁ, ରଂଜନ ନ୍ଦ, ଓ ଦୈତାରୀ ସେଠୀ ଙ୍କ ସହ ପ୍ରାୟ ହଜାରରୁ ଅଧିକ ପିପିଲି ଓ ଡେଲାଙ୍ଗ ବ୍ଳକର ବିଜେପି କର୍ମୀ ମାନେ ବିଜେଡି ଦଳରେ ସାମିଲ ହୋଇଥିଲେ  । ସେମାନଙ୍କୁ ପିପିଲି ବ୍ଳକର ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ  ଓ ଡେଲାଙ୍ଗ, ପିପିଲି ବିଜେଡି ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ତଥା ଆତ୍ମାର ସଭାପତି ଧରଣୀ ଧର ସାହୁ, ଆରତ୍ରବନ୍ଦୁ ସାମନ୍ତରାୟ ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ଦଳରେ ସାମିଲ କରାଇଥିଲେ  । ଏହି କାର୍ଯ୍ୟକ୍ରମକୁ ବିଧାୟକ ପ୍ରଦୀପ ମହାରଥୀ ପରିଚାଳନା କରିଥିଲେ  । ଶେଷରେ ପିପିଲି ବ୍ଳକର ବିଜେଡି ଦଳର ଉପସଭାପତି ଭାବେ ନୂତନ ଭାବେ ବିଜେପିରୁ ଆସି ବିଜେଡି ଦଳରେ ସାମିଲ ହୋଇଥିବା ଶ୍ରୀ ମହାପାତ୍ରଙ୍କ ନାମ  ଶ୍ରୀ ମହାରଥୀ  ଘୋଷଣା କରିଥିଲେ  । ସେହିପରି କଂଗ୍ରେସ କର୍ମୀ ଭାରିଆବିଲିର ଦିଲିପ କୁମାର ମହାନ୍ତି, ଆରୁହାର ବିନୟ ଦାଶ, ବିଜୟ ରାଉତ, ପମଶରାର ଟିକିନା ପ୍ରଧାନ, ବାସୁଦେବ ନାୟକ ଓ ଗୋବର୍ଦ୍ଧନପୁର ଗ୍ରାମର ଜଗବନ୍ଦୁ ପ୍ରଧାନ, ଶ୍ରାମ ସୁନ୍ଦର ପ୍ରଦାନ, ଦିଲିପ ପରିଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ର୍କମୀ ବିଜେଡି ଦଳରେ ସାମିଲ ହୋଇଥିଲେ  । ସେହପିରି ଦାଣ୍ଡମକୁନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶୁକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ୱାର୍ଡ ନଂ୨ର ୱାର୍ଡ ସଭ୍ୟ ଶିବ ପ୍ରସାଦ ପ୍ରଧାନଙ୍କ ସହ କାଳୁ ଚରଣ ସ୍ୱାଇଁ, ଜୟକୃଷ୍ଣ ସ୍ୱାଇଁ, ସଂଜୟ ସ୍ୱାଇଁ, ରଂଜନ ନାଏକ, ଏକାଦଶୀ ସ୍ୱାଇଁ, ମଙ୍ଗୁଳି ବେହେରା, ଗୋକୁଳ ସ୍ୱାଇଁ, ଦାମୋଦର ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ, ଗୋପବନ୍ଧୁ ସ୍ୱାଇଁ, ଶଙ୍କର ବେହେରା ପ୍ରମୁଖ କଂଗ୍ରେସ କର୍ମୀ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ  । ସେହପିର ପିପିଲି ଏନଏସିର ପୂର୍ବତନ ଅଧ୍ୟକ୍ଷ ଏସ.କେ. ବାବୁ, ଯୁବ ବିଜେଡି ସଭାପତି ପ୍ରଫୁଲ ସାହୁ, ଫାଜଲ ଖାଁ ଛାତ୍ର ବିଜେଡି ସଭାପତି , ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଓଅଜୟ ମହାରଣାଙ୍କ ସହିତ କିଶୋର ଛୋଟରାୟଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ମୁସଲିମ ପରିବାର ଆଜି ବିଜେଡିର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିପିଲି- ଡେଲାଙ୍ଗ ବ୍ଳକର ପ୍ରଗତିର ସାରଥୀ ଶ୍ରୀ ପ୍ରଦୀପ ମହାରଥୀଙ୍କ କାର୍ଯ୍ୟକଳାପ ଯୋଗୁ ଦଳରେ ସାମିଲ ହେଲେ ବୋଲି କହିଥିଲେ  । ୨/୪ ଓ୫ ୱାର୍ଡରୁ ଶହ ଶହ ସଂଖ୍ୟାର ପୁରୁଷ , ମହିଳା, ଯୁବକମାନେ ଦଳରେ ସାମିଲ ହୋଇଥିବାର ଦେଖାଯାଇଥିଲା  । ଶେଷରେ ଶ୍ରୀ ମହାରଥୀ କହିଥିଲେ ଏହା ଆଜି ଆରମ୍ଭ ୮ ତାରିଖରେ କ’ଣ ହେଉଛି ଅପେକ୍ଷା କରିବା ପାଇଁ ସେ କହିଥିଲେ  । ସେହିପରି ଡେଲାଙ୍ଗ ବ୍ଳକରେ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାରଥୀ ସୂଚନା ପ୍ରଦାନ କରିଥିଲେ  । ଯଦି ଏହିପରି ପିପିଲି ଓ ଡେଲାଙ୍ଗରେ ବିଜେପି ଓ କଂଗ୍ରେସ ଦଳ ଛାଡି ଆଗଧାଡିର କର୍ମୀ ମାନେ ବିଜେଡି ଦଳରେ ସାମିଲ ହେବେ ତା ହେଲେ ଆମର ପିୟ ବିଜେଡି ନେତା ତଥା ଶ୍ରୀ ମହାରଥୀ  ୫୦ ହଜାରରୁ ଅଧିକ ସଂଖ୍ୟାରେ ଭୋଟ ପାଇ ଜିତିବେ ବୋଲି ଆତ୍ମାର ସଭାପତି ଧରଣୀଧର ସାହୁ କହିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts