Breaking News

ନଳକୂପ ମରାମତି ନ ହେଲେ ଭୋଟ ବର୍ଜନ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଅସୁବିଧା ଲାଗି ରହିଛି  । ଏପରିକି କେତେକ ବିଦ୍ୟାଳୟରେ ସାଧାରଣତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ସୁବିଧା ନାହିଁ  । ପିଲାମାନେ ସେହି ଗଡିଆ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ପରିସରରେ  ନୂତନ ନଳକୂପ  ପାଇଁ ୧୮-୨-୧୬ ତାରିଖରେ ସତ୍ୟବାଦୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ  । ଏହି ପତ୍ରରେ ବିଦ୍ୟାଳୟର ସେ ସମୟର ପରିଚାଳନା କମିଟି ,  ଅବିଭାବକ ଓ ଗ୍ରାମବାସୀ ମାନେ ମିଳିତ ଭାବେ ସ୍ୱାକ୍ଷର କରିଥିଲେ  । ବିଭାଗ ପକ୍ଷରୁ ତୁରନ୍ତ ନଳକୂପ ବସାଯିବ ବସାଯିବ ବୋଲି କହି ୩ ବର୍ଷ ହୋଇଗଲା  । ଶେଷରେ ଭୋଟ ବର୍ଜନ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ୮ ମଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୨ଶହଛାତ୍ର ଛାତ୍ରୀ ରହିଛନ୍ତି । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଗ୍ରାମ ଦାଣ୍ଡରେ ଥିବା ନଳକୂପରେ ହାତ ଧୋଇବା ପାଇଁ ଯାଉଛନ୍ତି । ଅନ୍ୟପକ୍ଷେ ଗ୍ରାମରେ ଥିବା ନଳକୂପ ଖରା ଦିନ ହୋଇଥିବାର ପାଣିର ଘୋର ଅଭାବ ଉକ୍ତ ଗ୍ରାମରେ ଦେଖାଯାଇଛି  । ତୁରନ୍ତ ଅଚଳ ନଳକୂପ ମରାମତି ନଚେତ ନୂତନ ନଳକୂପ ବସାଇବା ପାଇଁ ଦାବୀ କରାଯାଇଛି  । ନଚେତ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ କଠୋର ନିସ୍ପତି ନେବାକୁ ପଛେଇବେ ନାହିଁ ବୋଲି ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts