Breaking News

ସତ୍ୟବାଦୀରେ ବିଜେଡି ଆରମ୍ଭ କଲା ଘରକୁ ଘର ପ୍ରଚାର

ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ବିଜେଡି ଦଳ ପାଇଁ ଘରକୁ ଘର ବୁଲି ପ୍ରଚାର କରିବା ସହ ପୁସିଙ୍ଗ କାର୍ଡ ବାଣ୍ଟିଛନ୍ତି । ରବିବାର ସକାଳେ ରାଧାକୃଷ୍ଣ ଓ ମହାବୀରଙ୍କୁ ପୂଜାର୍ଚ୍ଚନା କରି ପ୍ରଥମେ ଠାକୁରଙ୍କ ପାଖରେ ସେ କରିଥିବା ପୁସିଙ୍ଗ କାର୍ଡ ଦେଇ ୧ୱାର୍ଡ, ୧୨ ଓ ୧୩ ନଂ ୱାର୍ଡରେ ପ୍ରତି ପରିବାରକୁ ଯାଇ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଉମାକାନ୍ତ ସମାନ୍ତରାୟ ଓ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ଭୋଟ ଦେବା ପାଇଁ କହିବା  ସହ ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଛନ୍ତି । ବିଜେଡି ସରକାରଙ୍କ ସମୟରେ ପଞ୍ଚାୟତରେ କରାଯାଇଥବା ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ସେ ପ୍ରଚାର କରିବା ଆରମ୍ଭ କରିଛନ୍ତି ବୋଲିଜଣାପଡିଛି ।  ଯାହାକି ଉକ୍ତ ପଞ୍ଚାୟତରେ ବେଶ ଆଲେଚନାର ବିସୟ ବସ୍ତୁ ହୋଇପଡିଛି । ଯେଉଁମାନେ ବିଜେଡି ଦଳ ଠାରୁ ମୁହଁ ଫେରାଇ ନେଉଥିଲେ ଏବେ ସେମାନେ ଶ୍ରୀ ମହାପାତ୍ରଙ୍କ କଥାକୁ ବିଶ୍ୱାସ କରି ପୁର୍ନବାର ବିଜେଡି ଦଳରେ ସାମିଲ ହୋଉଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts