ବୀଣାପାଣି ବିଦ୍ୟା ମନ୍ଦିରର ପ୍ରବେଶ ଉତ୍ସବ
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ଶୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଠସାହି ଗ୍ରାମ ସ୍ଥିତ ବୀଣାପାଣି ବିଦ୍ୟା ମନ୍ଦିରର ଶନିବାର ସକାଳେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଗ୍ରାମରେ ଏକ ଶୋଭାଯାତ୍ରା ରେ ଯାଇ ଶିକ୍ଷା ଆମର ଅଧିକାର, ଶିକ୍ଷା ହିଁ ମଣିଷର ମାନଦଣ୍ଡ, ଶିକ୍ଷାର ଉନ୍ନତି ଦେଶର ଉନ୍ନତି ଆଦି ସ୍ଳୋଗାନ ଦେଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଏବର୍ଷ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ମା ବାଗଦେବୀଙ୍କୁ ଧୂପ, ଦୀପ, ଚନ୍ଦନ, ଫୁଲ ଦେଇ ପୁଜା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର ନାଥ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟସଭ୍ୟା, ଅବିଭାବକ, ଶୁଭେଚ୍ଛୁଙ୍କ ସହ ବିଷ୍ଣୁପ୍ରିୟା ମିଶ୍ର, ଗୌରମଣୀ ପ୍ରଧାନ, ଗାୟତ୍ରୀ ବିଶ୍ୱାଳ ଓ ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଦ୍ୟାଳୟର ପ୍ରଧାନଗୁରୁଜୀ ସନ୍ତୋଷ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି