ସତ୍ୟବାଦୀରେ ପାଲା ମାଧ୍ୟମରେ ଭୋଟର ସଚେତନତା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ପାଲା ମାଧ୍ୟମରେ ଭୋଟର ମାନଙ୍କୁ ସଚେତନତା କରାଯାଉଛି । ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଳକ କଳା ସଂସ୍କୃତି ସଂଘର ମିଳିତ ସହଯୋଗରେ ୫ଓ୬ ଦୁଇଦିନ ଧରି ଆମର ପାରମ୍ପାରିକ ଲୋକକଳା ପାଲା ମାଧ୍ୟମରେ ଭୋଟର ମାନଙ୍କୁ ସଚେତନତା କରାଯାଉଛି । ବିଶେଷ କରି ଇଭିଏମ ଓ ଭିଭିପାଟ ମେସିନର ଉପଯୋଗିତା ଓ ନିଜ ନିଜ ଭୋଟ ଦେଇ ତନଖି କରିବାର କୌଶଳ ଆଦି ସମ୍ପର୍କରେ ଜନସଚେତନତା କରାଯାଇଥିଲା । ଅଳଗୁମ, ମୂଳଅଳସା, ବୀରମରାଚନ୍ଦ୍ରପୁର, ସାରଙ୍ଗଯୋଡି, ଦୁଗଲ ଆଦି ଗ୍ରାମ ପଞ୍ଚାୟତରେ ପାଲା ମାଧ୍ୟମରେ ସଚେତନତା କରାଯାଇଥିଲା । ପାଲା ଗାୟକ ରମେଶ ଚନ୍ଦ୍ର ପଲେଇ ଓ ତାଙ୍କ ସାଥୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁଦର୍ଶନ ପ୍ରଧାନ, ସୁଦର୍ଶନ ପରିଡା ଓ ଧ୍ୱରନ୍ଧର ପ୍ରଧାନ ପାଲା ପରିବେଷଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି