ପଥର ଖଣିକୁ ନେଇ ଗୁଳିମାଡ; ଦୁଇ ଗରୁତର
ଖୋର୍ଦ୍ଧା--- ଖୋର୍ଦ୍ଧା କାକୁଚୁଆ ମୁଣ୍ଡିଆ ପଥର ଖଣି ଖାଦାନକୁ ନେଇ ଆଜି ହୋଇଛି ଗୁଳିକାଣ୍ଡ । ଏହି ଗୁଳିମାଡରେ ଦୁଇଜଣ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁଇଜଣଙ୍କୁ ଖୋର୍ଦ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭତ୍ତି କରାଯାଇଛି । ବାଦଲ ବେହେରାଙ୍କ ଦେହରେ ଦୁଇଟି ଗୁଳି ମାଡ ହୋଇଥବାରୁ ସେ ଗୁରୁତର ଥିବାର ଜଣାପଡିଛି । ଦୁବୁର୍ତ୍ତ ମାନେ ଦୁଇଟି ପଥର କଟା ପାୱାର ଟିଲର ଓ ମଟର ସାଇକେଲ ପୋଡି ଦେଇଥିବା ଜଣାପଡିଛି । ଖବର ପାଇ ବେଗୁନିଆ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଅନ୍ୟପକ୍ଷେ ପୋଲିସ ବିଭିନ୍ନ ଅଞ୍ଚଳରେ ଚଡାଉ ଜାରି ରଖିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି