ମହୁରାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟର ବାଗଲପୁର ଗ୍ରାମ ପଡିଆରେ ଏକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଏବ ସରପଞ୍ଚ ମମତା ପରିଡା ଯୋଗଦେଇଥିଲେ । ବାଗଲପୁର ଗ୍ରାମର ବାସୁଦେବ କ୍ଳବ ଏହି ଟୁର୍ଣ୍ଣମେଣ୍ଟର ଆୟୋଜନ କରିଛି । ଏଥିରେ ୮ ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ବ୍ୟାଚ ବାଗଲପୁର ଓ ପଦ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଛି । ଖେଳ ପରିଚାଳନା କରିଥିଲେ ବିଜୟ କୁମାର ପରିଡା ଓ କ୍ଳବର ସଦସ୍ୟ ମାନେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି