ଅତାବିରା---- ବରଗଡ ଜିଲ୍ଲାର ଅଚାବିରା ବ୍ଳକ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ, ଲାଦରପାଲି, ଅତାବିରା ଠାରେ ଚତୁବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉସବରେ ମୁଖ୍ୟ ଅତିଥି ଭାବେ ଡ. ତପସ୍ୱିନୀ ଗୁରୁ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ତୌଲୋକ୍ୟ ନାୟକ ଓ ମାତୃପୁରୀର ବାଲେଶ୍ୱର ସାହୁ ଓ ଦିବ୍ୟ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଉତ୍ସବ ଆରମ୍ଭରୁ ମାତୃପୁରୀ ରେ ଶ୍ରୀ ମା ଅରବିନ୍ଦଙ୍କ ଫଟୋଚିତ୍ରରେ ଫୁଲ, ଦୀପ, ଧୂପ , ଚନ୍ଦନ ଆଦି ଦିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା । ନିରଞ୍ଜନ ପଗାୟତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ପରିଚାଳନା କରିଥିଲେ ବୁବ୍ରୁ ବାହନ ମିଶ୍ର, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଦିବ୍ୟ କିଶୋର ମିଶ୍ର । ମାତୃପୁରୀର ଛାତ୍ର ମାନଙ୍କ ଦ୍ୱାରା ସ୍ୱଗତ ସଂଗୀତ ଗାନ ପରିବେଷଣ କରାଯାଇଥିଲା । ବୁବ୍ରୁ ବାହନ ମିଶ୍ର ଓ ହେମ ସାଗର ବାରିକଙ୍କ ତତ୍ତ୍ୱାବଧାନରେ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ମାତ୍ୟ ପତକା ଅବତରଣ ଅତିଥି ଭାନଙ୍କ ଦ୍ୱାରା କରାଯାଇଥିଲା । ଶେଷରେ ମାତ୍ୟପୁରୀର କ୍ଷତୀନ୍ଦ୍ର କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ବରଗଡରୁ ନବିନ ଦାଶ