ମାଛପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମର ପଞ୍ଚାୟତର ମାଛପଡାପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକ ସନ୍ତୋଷ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ କାଳନ୍ଦି ଚରଣ ଜେନା ଯୋଗଦେଇ ଶିକ୍ଷା ସହିତ କ୍ରୀଡା ଅଙ୍ଗିକାର ଭାବେ ଜଡିତ । ଆଜିର ଦିନରେ ପ୍ରତିଯୋଗିତା ମୂଳକ ଶିକ୍ଷା ବ୍ୟବସ୍ଥା ହୋଇ ଗଲାଣି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ରବି ନାରାୟଣ ମହାପାତ୍ର. ଯୁଧିଷ୍ଟିର ପରିଡା, ସିଆରସିସି ଦିଲ୍ଳୀପ କୁମାର ନାୟକ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ପ୍ରଧ୍ୟାପିକା ଦେବହୁତୀ ପଟ୍ଟନାୟକ, ଶିକ୍ଷକ ଛାଟୋଇ ମୋତିଲାଲ ରାୟ ଓ ବିଦ୍ୟାଳୟ ପରିଚାଳନ କମିଟିର ସଭାପତି ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା, ସ୍ୱଚ୍ଛ, ସମାଜ, ଆଦର୍ଶନୀତି ଉପରେ ଆଲୋକପାତ କରିଥିଲେ । ସେହିପରି ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ସଫଳତା ଅର୍ଜନ କରିଥିବା ସହିତ ବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖିଥବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରଷ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମିଶ୍ର ବିବରଣୀ ପାଠ କରିଥିଲେ । ଶିକ୍ଷକ ସୁଧୀର କୁମାର ଜେନା ସଭା ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି