ବଳଙ୍ଗା ପୋଲିସକୁ ମିଳିଛି ବଡ ସଫଳତା ; ପେଟ୍ରୋଲ ପମ୍ପ ଲୁଟ ଘଟଣାରେ ତିନି ଗିରଫ
ପିପିଲି--- ପିପିଲି ଥାନା ଅନ୍ତର୍ଗତ ବଳଙ୍ଗା ଥାନା ଏକ ପେଟ୍ରୋଲ ପମ୍ପ ଲୁଟ ଘଟଣାରେ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମ୍ମାଦିକ ସମ୍ମଳନୀ କରି ବଳଙ୍ଗା ପେଟ୍ରୋଲ ପମ୍ପର ଲୁଟ ଘଟଣାର ଫର୍ଦ୍ଦାପାସ କରିଥିଲା । ମାର୍ଚ୍ଚ ୨୬ ତାରିଖ ଦିନ ବଳଙ୍ଗା ସ୍ଥିତ ସାଗର ଫିଲିଙ୍ଗ ଷ୍ଟେସନରୁ ଦୁର୍ବୁତ ମାନେ ଖଣ୍ଡା, ବନ୍ଦୁକ ମୁନରେ କ୍ୟାସିୟରଙ୍କ ଠାରୁ ଟଙ୍କା ଲୁଟ କରିଥିଲେ । ବଳଙ୍ଗା ଥାନାରେ ଏହି ଘଟଣା ସମ୍ପର୍କେ ଅଭିଯୋଗ ହୋଇଥିଲା । ପୁରୀ ଏସପିଙ୍କ ନି୍େର୍ଦ୍ଦଶକ୍ରମେ ପିପିଲି ଏସଡିପିଓ ଏକ ଟିମ ଗଠନ କରି ବିଭିନ୍ନ ଅଞ୍ଚଳ ଉପରେ ଚଡାଉ ଜାରି ରଖିଥଲେ । ଘଟଣା ଘଟାଇ ଅଭିଯୁକ୍ତ ମାନେ ଖସି ପଳାଇଥିଲେ । ମାତ୍ର ଗୁରୁବାର ଦିନ ଉକ୍ତ ଟିମ ଚଡାଉ କରିବା ସମୟରେ ୩ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ପାଇଥିଲେ । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ବନ୍ଦୁକ ଓ ଖେଳଣା ବନ୍ଦୁକ ଗୋଟିଏ ସହିତ ୪ଟି ମୋବାଇଲି ଓ ୮ ହଜାର ୫୦ ଟଙ୍କା ପୋଲିସ ଜବତ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ସତ୍ୟବାଦୀ ଥାନା ଅଞ୍ଚଳର ହୋଇଥିବା ବେଳେ ଜଣେ ଭୁବନେଶ୍ୱର ବୋଲି ଜଣାପଡିଛି । ଏହି ତିନିଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ଏସଡିପିଓ ଶ୍ରୀ ବରାଳଙ୍କ ସୂଚନା ପ୍ରଦାନ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର