ଜାତୀୟ ରାଜପଥରେ କାର ଦୁର୍ଘଟଣା ଜଣଙ୍କର ମୃତ୍ୟୁ
ସାକ୍ଷୀଗୋପାଳ-- ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ୩୧୬ର ବୀରଗୋବିନ୍ଦପୁର ସ୍ଥିତ ପ୍ରେଟୋଲ ପମ୍ପ ନିକଟରେ ଶୁକ୍ରବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କାରଟି ପୁରୀ ଅଭିମୁଖେ ଯାଉଥିବା ସମୟରେ କୌଣସି ଏକ ଗାଡି ସହିତ ଧକ୍କା ଲାଗିଥିଲା । ଯାହା ଫଳରେକି କାରର ବାମ ପାଶ୍ୱର୍ଟି ଭାଙ୍ଗି ୁରୁମାର ହୋଇଯାଇଛି । ଉକ୍ତ ସିଟିରେ ବସିଥିବା ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁଙ୍କର ଘର ପୁରୀ ବାସେଳିସାହିର ବୋଲି ଜଣାପଡିଛି । ତାଙ୍କ ନାମ ପ୍ରସନ୍ନ କୁମାର ଦାଶ ବୟସ ୪୫ । ତାଙ୍କର ଭାଉଜ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ପରିବାର ସହ ପ୍ରସନ୍ନ ଭୁବନେଶ୍ୱର ରାତିରେ ଯାଇଥିଲେ । ସେଠାରେ ସମସ୍ତଙ୍କୁ ଛାଡି ଦେଇ ସେହି କାରରେ ଘରକୁ ଫେରୁଥିଲେ । ମାତ୍ର କାରଟି ଦୁର୍ଘଟଣା ହେବାରୁ ପ୍ରସନ୍ନଙ୍କ ଡାହଣପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସେଙ୍ଗ ସତ୍ୟବାଦୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ପ୍ରସନ୍ନଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଖବର ପାଇ ଶବ ଜବତ କରି ଶବବ୍ୟବଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ଦୁର୍ଘଟଣା ଗସ୍ତ କାରନଂ ଓଡି .୧୩ ଡି , ୫୩୩୫ ଗାଡିଟିକୁ ଜବ୍ତ କରି ତଦନ୍ତ ଜାରି ରହିଥିବା ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି