Breaking News

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାମ ନିମ୍ନମାନର; କାମ ବନ୍ଦକଲେ ଗ୍ରାମବାସୀ

 ଅତାବିରା---- ବରଗଡ ଜିଲ୍ଲାର ରାଇଡ ଡାଇଗ ଗ୍ରାମବାସୀ ମାନେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ କରି ରାସ୍ତା କାମ ବନ୍ଦ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ରାଇଡ ଡାଇଗର ଠାରୁ ଖରମୁଣ୍ଡା ୧୫ କି.ମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତଗୁକର୍୍ କରାଯାଇଛି । ଏଥିପାଇଁ ୫ କୋଟି ଟଙ୍କାରୁ ଅଧିକ ଅର୍ଥ ରାଜ୍ୟକୋଷରୁ ମଞ୍ଜୁର କରାଯାଇଛି । ୧୩ କି.ମି ପିଚୁ କାମ ହେବାକୁ ଥିବା ବେଳେ ୧୮୦୦ ମିଟର ଗୋଡି ସମେଣ୍ଟ ଡଲେଇ ରାସ୍ତା ରହିଛି । ହେଲେ କାମଟି ଅତି ନିମ୍ନ ମାନର କରାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି । ମାତ୍ର ତାଙ୍କ ଅଭିଯୋଗ କେହି ନ ଶୁଣିବାରୁ ସେମାନେ ବାଧ୍ୟ ହୋଇ ରାସ୍ତା କାମ ବନ୍ଦ କରିଥିବା ଜଣାପଡିଛି । ଉକ୍ତ କାମ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦିକା ଯୋଗୁ ଠିକାଦାର କାହାରି କଥା ନଶୁଣି ତା ମନଇଛା କାମ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ସେହିପରି ବିଭାଗୀୟ ଏସଡିଓ ଉକ୍ତ କାମ ଭଳ ହେଉଥିବା କହିଥିବା ବେଳେ ଗୋଡି ଉପରେ ପିଚୁକୁ ଦେଖାଇ କାମ କରାଯାଉଛି ବୋଲି ଅଭିଯୋଗ ମାନ ହେଉଛି । କେତକ ଯାଗାରେ ପିଚୁ ତଳେ ଧଳା ଗୋଡି ବାହାରୁଛି । ଖଡିକା ମୋଟର ପିଚୁ ପଡିଛି ଯାହାକି କାମ ସରିବାର ଏକ ସପ୍ତାହ ଯାଇନି ରାସ୍ତାରୁ ମନକୁ ମନ ପିଚୁ  ଗୋଡି ଅଲଗା ହୋଇଗଲାଣି  । ଏହାକୁ ନେଇ ବିଭାଗୀୟ ଏସଡିଓ ଓ ଠିକାଦାରଙ୍କୁ ଉତ୍ତେଜିତ ଗ୍ରାମବସୀ ମାନେ ଘେରାଉ କରିବା ସହ ନିମ୍ନମାନର କାମ ହୋଇଥିବା ଦେଖାଇଥିଲେ  । ଉକ୍ତ ରାସ୍ତାରେ ଲଗାଯାଇଥିବା ଗୋଡି ଏତେ ଶକ୍ତ ଯେ ହାତରେ ଲୋକମାନେ ଚିପିଦେଲେ ଗୁଣ୍ଡ ହୋଇଯାଉଥିବା ଦେଖାଇଥିଲେ  । ଠିକାଦାର କହନ୍ତି ସରକାର ବା ବିଭାଗ ଯେଉଁ ଭାବେ କାମ କରିବା ପାଇଁ  ଏଷ୍ଟିମେଣ୍ଟ କରାଯାଇଛି  ସେହିପରି କାମ କରାଯାଉଛି ।  ୫୦ ବର୍ଷର ଖାଲଖମା ରୋଡ କାମ କରାଯାଉଛି, ୫ ବର୍ଷ ପର୍ଯ୍ୟନ୍ତ ରାସ୍ତାର ଦାୟତ୍ୱ ଆମର , ଏବେ ଆପଣ ମାନେ କଳାରୋଡ ଦେଖିବେ । ଆପଣ ମାନେ ଯଦି କାମ ବନ୍ଦ କରିବେ     ତାହେଲେ ମୁଁ କାମ ଛାଡି ପଳାଇବି ବୋଲି ନୀରିହ ଲୋକ ମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ମାନ ହେଉଛି । ଅନ୍ୟ ପକ୍ଷେ ଅଭିଯୋଗ କାହାକୁ କରିବେ ସମସ୍ତେ ମିଳିମିଶି ନୀରିହ ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି  । ଅଭିଯୋଗ କଲେ ମଦ୍ୟ କୌଣସୁ ସୁଫଳ ମିଳୁନାହିଁ ଏଣୁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ରାସ୍ତା କାମ ବନ୍ଦ କରିଛନ୍ତି । ତୁରନ୍ତ ଉଚ୍ଚକତୃପକ୍ଷ ଏହାର ସମାଧାନ ଯଦି ନ କରିନ୍ତି ତାହଲେ ଆଗାମୀ ଦିନରେ ଭୋଟର ମାନେ ରାଜ୍ୟ ସରକାରଙ୍କୁ ସଠିକ ଜବାବ ଦେବେ ବୋଲି ଜଣାପଡିଛି ।
ବରଗଡରୁ ନବୀନ ଦାଶ

Blog Archive

Popular Posts