ମୋ ଭୋଟ ମୋ ଅଧିକାର ସଚେତନତା ଓ ସ୍ୱାକ୍ଷର ଅଭିଯାନ
କନ୍ଧମାଳ--- ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୋ ଭୋଟ ମୋ ଅଧିକାର ଏକ ସ୍ୱାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବାଲିଗୁଡା ଅଗ୍ନିଶମ ବିଭାଗ, କେନ୍ଦ୍ରୀୟ ବାଟାଲିୟନ, ବାଲିଗୁଡା ପୋଲିସ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବାଲିଗୁଡା ଉପ ଜି୍ଲଲାପାଳ ସିନେ୍ଧ ଦତ୍ତତତ୍ରୟ ଭାଉସାହେବ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏପରି ସଚେତନତା କରାଯାଉଥିବା ଜଣାପଡିଛି । ଭୋଟର ମାନେ କାହାକୁ ଭୟ ନକରି ନିଜର ମୂଲ୍ୟବାନ ଭୋଟ ଖଣ୍ଡକ ଦେବା ପାଇଁ ସଚେତନତା କରାଯାଇଥିଲା । ଅଧିକ ସଂଖ୍ୟା ଭୋଟ ଦେବାପାଇଁ ଏପରି କରାଯାଇଥବା ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା