Breaking News

ମହୁରାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟଉଦ୍ଯାପିତ

 ସାକ୍ଷୀଗୋପାଳ  -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟର ବାଗଲପୁର ଗ୍ରାମ ପଡିଆରେ ୧୧ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି  । ଟୁର୍ଣ୍ଣମେଣ୍ଟକୁ ନାଏବ ସରପଞ୍ଚ ମମତା ପରିଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ   । ବାଗଲପୁର ଗ୍ରାମର ବାସୁଦେବ କ୍ଳବ ୧୧ ବର୍ଷ ଏହି ଟୁର୍ଣ୍ଣମେଣ୍ଟର ଆୟୋଜନ କରି ଆସୁଛନ୍ତି  । ଏଥିରେ ୧୯ ବର୍ଷରୁ କମ ବୟସର ଯୁବକ ମାନଙ୍କୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା  । ଏହି ପ୍ରତିଯୋଗିତାରେ ୮ ଟି ଦଳ ଭାଗ ନେଇଥିଲେ  । ଫାଇନାଲ ମ୍ୟାଚ ବାଗଲପୁର ଓ ନିମାପଡାର ଅଲଣ୍ଡା (କ) ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ବାଗଲପୁର ଦଳ ଚମ୍ପିୟାନ ହୋଇଥିବା  ବେଳେ  ଅଲଣ୍ଡା ଦଳ ରନରର୍ସ ହୋଇଥିଲେ  । ମ୍ୟାନ ଅପ ଦି ମ୍ୟାଚ ଭାବରେ ଚନ୍ମୟୀ ପଣ୍ଡା ହୋଇଥିଲେ  । ଉଦ୍ଯାପନ ଉତ୍ସବରେ ମ୍ୟୁଖ ଅତିଥି ୩୩ଜଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ ଓ ମହୁରା ସରପଞ୍ଚ ନିରଞ୍ଜନ ମାହାରୀ ଯୋଗଦେଇ ଚମ୍ପିୟାନ ଦଳକୁ ୪ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ରନରର୍ସ ଦଳକୁ ୨୫ଶହ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ  ।  ବିଜୟ କୁମାର ପରିଡା ଖେଳ ପରିଚାଳନା କରିଥିଲେ  । ଖେଳ ଆୟୋଜକ ବାସୁଦେବ କ୍ଳବର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts