Breaking News

ଶିକ୍ଷା ବର୍ଷ ଆରମ୍ଭ ; ପିଲାଙ୍କ ପାଖରେ ବହିନାହିଁ

 ସାକ୍ଷୀଗୋପାଳ --- ଶିକ୍ଷା ବର୍ଷ ଆରମ୍ଭ ହୋଇଗଲା ମାତ୍ର ପିଲାଙ୍କ ପାକରେ ଏ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ମିଳିଲା ନାହିଁ  । ଯାହାକି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇକି ଘରକୁ ଯାଉଛନ୍ତି । ରାଜ୍ୟ ସରକାର ଏ ବର୍ଷ ୨ୟ ଶ୍ରେଣୀରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ଉଜ୍ୱଳା ନାମରେ ଏକ ଶିକ୍ଷା ପୁସ୍ତକ ବହାରକରିଛନ୍ତି । ସେହିପରି ୬ଷ୍ଠରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ଉଥାନ ନାମରେ ନାମିତ କରିଛନ୍ତି । ଗୋଟିଏ ପକ୍ଷେ ଅପ୍ରେଲ ମାସ ୨ ତାରିଖରେ ବିଦ୍ୟାଳୟରେ ପ୍ରବେଶିକା ଉତ୍ସବ କରିବା ପରେ ୩ ତାରିଖରୁ ବିଦ୍ୟାଳୟରେ ଶିକ୍ଷା ଦାନ ଆରମ୍ଭ ହୋଇଛି । ବିଦ୍ୟାଳୟରେ ଏ ବର୍ଷ ପାଠ୍ୟ ପୁସ୍ତକ ପଢ଼ାନଯାଇ ଉଜ୍ଜଳା ଓ ଉଥାନା ପୁସ୍ତକ ପାଠ୍ୟ ପୁସ୍ତକ ଶିକ୍ଷାଦାନ କରାଯିବ ବୋଲି  ସିଆରସିସି ମାନେ କହନ୍ତି । ଏଥିପାଇଁ ୪ଦିନ ଧରି ପ୍ରାୟ ୪୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଜଣେ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଦିନକୁ ୨ଶହ ଟଙ୍କା ଅର୍ଥ ଖର୍ଚ୍ଚ କରାଯାଇଛି । ଯାହାକି ପିଲାଙ୍କର ଶିକ୍ଷା ମାନଦଣ୍ଡରେ ଉନ୍ନତି ଆଣିବା ଉଜ୍ୱଳା ଓ ଉଥାନର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ମାତ୍ର ଏ ପର୍ଯ୍ୟନ୍ତ  ବିଦ୍ୟାଳୟରେ ପୁସ୍ତକ ପହଞ୍ଚିଲା ନାହିଁ  ।  ଅନ୍ୟ ପକ୍ଷେ ସତ୍ୟବାଦୀରେ ସାଧାରଣନିର୍ବାଚନ ୨୩ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ବିଦ୍ୟାଳୟରେ ଭୋଟ କେନ୍ଦ୍ର ରହିଛି । ଏଣୁ ୨୦ ତାରିଖରୁ ବିଦ୍ୟାଳୟ ଗୁଡିକ ପ୍ରାୟତ ପ୍ରଶାସନି କହାତକୁ ଯିବ  । ଭୋଟ କେନ୍ଦ୍ର ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯିବ  । ସେପଟେ ପିଲାଙ୍କ ପାଖରେ ପୁସ୍ତକ ନାହିଁ, ଶିକ୍ଷକ ମାନେ ତାଲିମ ନେଇ ଚୁପ ହୋଇ ବସିରହିଛନ୍ତି । ଏ ବିସୟରେ ସାକ୍ଷୀଗୋପାଳ ଉଜ୍ଜଳା ଓ ଉଥାନ ଦାୟତ୍ୱରେ ଥିବା ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ପ୍ରମୋଦା କୁମାରୀ ଦାଶଙ୍କୁ ପଚାରିବାରୁ ସେ କହନ୍ତି ଉଥାନର ୬.୭, ୮ ଶ୍ରେଶୀର ଗଣିତ ବହି ଖଣ୍ଡେବି ଆସିନାହିଁ   । ଆଉ ଯେଉଁ ବହି ଆସିଛି ୭ ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଛି । ପୁରୁଣା ସିଆରସିସି ମାନେ ସହଯୋଗ କଲେ ନାହିଁ ତେଣୁ ଆମେ ଜଣେ ଜଣେ ଅସ୍ଥାୟୀ ଶିକ୍ଷକଙ୍କୁ ଏହି ଦାୟତ୍ୱରେ ରଖି ପାଠ୍ୟ ପୁସ୍ତକ ବଣ୍ଟନ କରିବା ପାଇଁ ଉଦ୍ୟମ ଜାରି ରଖିଥିବା କହନ୍ତି  । ସେହିପରି ଡେଲାଙ୍ଗ ବ୍ଳକରେ ସମାନ ଅବସ୍ତା ଲାଗି ରହିଛି । ପିଲାଙ୍କୁ ପାଠ୍ୟ ପୁସ୍ତକ ବଦଳରେ ଏହି ପୁସ୍ତକ ପଡାଯିବ  । ମାତ୍ର ଏ ପର୍ଯ୍ୟନ୍ତ ବିଦ୍ୟାଳୟରେ ପୁସ୍ତକ ପହଞ୍ଚିଲା ନାହିଁ  । ଏ ବସୟରେ ଡେଲାଙ୍ଗ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ରଙ୍କୁ ପଚାରିବାରୁ ସେ କ୍ହନ୍ତି ଆମ ପାଖକୁ ଏ ପର୍ଯ୍ୟନ୍ତ ଆବଶ୍ୟକତା ଠାରୁ ବହୁ ପରିମାଣର କମ ପୁସ୍ତକ ଆସିଛି । ଯାହାକି ବିଦ୍ୟାଳୟକୁ ପଠାଇବା ସମ୍ବବପର ହୋଇ ପାରୁନାହିଁ  । ଏପର୍ଯ୍ୟନ୍ତ ପ୍ରାୟ ୬୦ ଶତକଡା ବହି ମିଲିଛି । ଅଳ୍ପ ଅଳ୍ପ ପରିମାଣର ବହି ନେବାକୁ ସିଆରସିସି ମାନେ ରାଜି ହୋଉନାହାନ୍ତି । କାରଣ ସେମାନଙ୍କୁ ଖର୍ଚ୍ଚ ଅଧିକ ପଡିଯାଉଛି । ତଥାପି ଆମେ ଚେଷ୍ଟା କରୁଛି ଏକ ସପ୍ତାହ ମଧ୍ୟରେ ଉଜ୍ଜଳା ଓ ଉଥାନ ପୁସ୍ତକ ପହଞ୍ଚାଇବାର ବନ୍ଦୋବସ୍ଥ କରୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts