Breaking News

ବିଭୂତି ଦଣ୍ଡାରେ ବାଲୁଙ୍କେଶ୍ୱର ଦେବଙ୍କ ଯାତ୍ରା ଶେଷ

 ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକରେ ସାଗରସ୍ନାନ ଯାତ୍ରା  ଦୁଇଦିନ ଧରି ଚାଲିଥାଏ  । ପ୍ରଥମ ଦିନ ଭାର୍ଗବୀ ନଦୀର ଭୃଗୁ ଘାଟରେ ଠାକୁର ସେଠାରେ ଅବସ୍ଥାନ ପରେ ନଦୀ ଜଳରେ ସ୍ନାନ କରିଥାନ୍ତି  । ତା ପରେ ପରେ ଶ୍ରଦ୍ଧାଳୁ ମାନେ ଭାର୍ଗବୀ ନଦୀରେ ସ୍ନାନକରିବା ସହ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ସେହିଦିନ ବିଳମ୍ବିତ ରାତିରେ ଠାକୁର ସ୍ନାନ ମଣ୍ଡପରୁ ବାହାରି ଗ୍ରାମରେ ଦୁଆରି ଭୋଗ ଖାଇ ଭୋର ସମୟରେ ବରାଳ ବିଭୂତି  ଦଣ୍ଡାରେ ଦୁଇ ଠାକୁର ଖୁଣ୍ଠ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି  । ସେଥିଯୋଗୁ ବିଭୁତି ଦଣ୍ଡାରେ ଯାତ୍ରା ବା ମେଳଣ ମଧ୍ୟ ଅନୁଷ୍ଠିତ ହୋଇଥାଏ  । କିମ୍ବଦନ୍ତୀ ଅନୁସାରେ ଏହି ବିଭୂତି ଦଣ୍ଡାରେ ଭୃଗୁ ଋଷିଙ୍କର ଆଶ୍ରମ ଥିଲା  । ସେହି ଅନୁଯାୟୀ ଠାକୁର ଭୃଗୁ ଘାଟରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ ମଧ୍ୟ ଯେଉଁମାନେ ଠାକୁରଙ୍କୁ ଦର୍ଶନ କରି ପାରିନଥାନ୍ତି ସେମାନେ ଏହି ଠାରେ ଦର୍ଶନ କଲେ ସେହି ପୁଣ୍ୟ ମିଳେ ବୋଲି ଜନ ମୁଖରୁ ଶୁଣିବାକୁ ମିଳିଥାଏ । ଦୁଇ ଠାକୁର ସୁ ସଜିତ ବିମାନରେ ବିଭୂତି ଦଣ୍ଡାରେ ଖୁଣ୍ଟିଲାଗି ହେବାପରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା  । ପରେ ପରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଧୂପ , ଦୀପ. ଖଇ, କୋରା, କଦଳୀ, ନଡିଆ ,ବେଳପତ୍ର ଓ ପୁଲ ଅର୍ପଣ କରିଥିଲେ  । ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ଓ ମନ୍ଦିର ଟ୍ରଷ୍ଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବଷେଣ କରାଯିବା ପରେ ଆତସବାଜି ପଦର୍ଶନୀ କରାଯାଇଥିଲା । ଦୁଇ ଠାକୁରଙ୍କ ହରିହର ଭେଟ କରାଯିବା ପରେ ଠାକୁର ନିଜ ନିଜ ମନ୍ଦିରକୁ ପ୍ରସ୍ଥାନ କରିଥିଲେ  । ଏହି ଯାତ୍ରା ଦୁଇ ଠାକୁରଙ୍କ ଟ୍ରଷ୍ଟି, ସେବାୟତ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା   ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts