Breaking News

ମହାରଣା ପଡାବାସୀ ମୌଳିକ ସେବାରୁ ବଞ୍ଚିତ ; ସେମାନଙ୍କୁ ନ୍ୟାୟ ମିଳିବ କେବେ

ଅତାବିରା---- ବରଗଡ ଜିଲ୍ଲାର ଅତାବିରା ଏନଏସି ଗଠନ ହେବାର ୭ ବର୍ଷ ଅଧିକ ଦିନ ହୋଇଯାଇଥିଲେ ମଧ୍ୟ ଏନଏସିରେ ଅଧିନରେ ଥାଇ ମଧ୍ୟ ମୌଳିକ ସେବାରୁ  ବଞ୍ଚିତ ମହାରଣା ପଡାବାସୀ  । ଏନଏନସି ସ୍ୱାସ୍ଥ୍ୟ କେନ୍ଦ୍ର ୧ ନଂ ୱାର୍ଡରେ ରହିଥିବା ବେଳେ ତହସିଲ କାର୍ଯ୍ୟାଳୟ ୨ ନଂ ୱାର୍ଡରେ ରହିଛି  । ସେଥି ମଧ୍ୟରେ ରହିଛି ମହାରଣା ପଡା ବାସୀ  । ଏହି ବସ୍ତିରେ ପ୍ରାୟ ୨୦ରୁ ୨୫ଟି ପରିବାର ରହିଛନ୍ତି । ୧୪୦ ଜଣ ଭୋଟର  । ପଡା ଗ୍ରାମଟି ଏନଏସି କାର୍ଯ୍ୟାଳୟ ଠାରୁ ୨ଶହରୁ ୨୫୦ ମିଟର ଦୂରରେ ଅବସ୍ଥିତ  । ମୁଖ୍ୟ ଜାତୀୟ ରାଜପଥ କଡରେ ରହିଥିଲେ ମଧ୍ୟ ମୌଳିକ ସୁବିଧାରୁ ମହାରଣା ପଡାବାସୀ ବଞ୍ଚିତ ବୋଲି ଅଭିଯୋଗ  ହୋଉଛି । ପାନୀୟ ଜଳ, ରାସ୍ତା, ଆଲୋକ, ରାଶନକାର୍ଡ  ଓ ଭୂମିହୀନ ପରିବାରଙ୍କୁ ତୁରନ୍ତ ଘରଡିହ ଜମିର ପଟ୍ଟା ଦେବାକୁ ଦାବୀ  କରିଛନ୍ତି । ଏହି ମୌଳିକ ସେବା ବା ସେମାନଙ୍କର ଅଧିକାର ଯୋଗାଇ ଦେବାକୁ ପଡାବାସୀ ମାନେ ଦାବୀ କରିଛନ୍ତି । ରାଜ୍ୟ ସରକାର ସମସ୍ତ ସୁବିଧା କରିଥିବା ବେଳେ ଏଠାରେ ହୀନ ରାଜନୈତିକ ନେତା ମାନେ ସେମାନଙ୍କର  ନିଜର ଫାଇଦା ପାଇଁ  ପଡାବାସୀଙ୍କୁ ସବୁଥିରୁ ବଞ୍ଚିତ କରାଯାଇଛି ବୋଲି କହନ୍ତି । ଅନେକ ଥର ଏହି ସମସ୍୍ୟାକୁ ନେଇ ରାଜନୈତିକ ନେତାଙ୍କ ଠାରୁ ବିଧାୟକ, ଜିଲ୍ଲାପାଳ, ଏନଏସିର ଅଧ୍ୟକ୍ଷ ସମସ୍ତଙ୍କୁ ଜଣାଇ ଦିଆଯାଇଛି ମାତ୍ର ଆମେ ସେମାନଙ୍କୁ ଭୋଟ ଦେଉନାହୁୁଁ ବୋଲି କହି ଆମକୁ ମୌଳିକ ସେବାରୁ ବଞ୍ଚିତ କରାଯାଇଛି ବୋଲି ପଡାର କିଛି ମହିଳା ମାନେ କହନ୍ତି । ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ କରାନ ଯାଏ ତାହେଲେ ଅଗାମୀ ସାଧାରଣ ନିର୍ବାଚରେ ଏହାର ପ୍ରଭାବ ନିଶ୍ଚୟ  ସରକାରଙ୍କ ଉପରେ ପଡିବ ବୋଲି ପଡାବାସୀ ସିଧାସଳକ କହନ୍ତି ।
ବରଗଡରୁ ନବିନ ଦାଶ  

Blog Archive

Popular Posts