>>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • ମନ୍ତ୍ରୀ ଓ ବିଧାୟକ ଭେଡେନ ବ୍ଳକର ମହୁଲପାଳି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ


    ବରଗଡ଼ --- ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତକୁ  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ। ପ୍ରଥମେ ଗଣ୍ଡତୁରୁମ ଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ମହୁଲପାଲି ମାର୍କେଟ ୟାର୍ଡ଼ ର ଅଫିସ ଗୃହ, ମହୁଲପାଲି ପଞ୍ଚାୟତ ପରିସରରେ ଥିବା ମିଶନ ଶକ୍ତି ଗୃହ ଉଦ୍ଘାଟନ କରିଥିଲେ। ପରେ ପରେ ପଞ୍ଚାୟତ  ପରିସରରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଏବଂ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ହୀରା ମହାକୁର।ପ୍ରଥମେ ଅତିଥି ମାନଙ୍କ ଦ୍ବାରା ମା ସମଲେଶ୍ବରୀ ଓ ଗାନ୍ଧୀଜୀ ପ୍ରତି ଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହୁଲପାଲି ସରପଞ୍ଚ ବିଜୟ କର୍ମୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ବରଗଡ ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବରଗଡ ଏଡିଏମ ମହେନ୍ଦ୍ର କୁମାର ମହାପାତ୍ର, ଭେଡେନ ତହସିଲଦାର ଗୌରବ ବର୍ଗେ, ବିଡିଓ ତ୍ରିପୁର ମହାନଂଦ ଯୋଗ ଦେଇଥିଲେ। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ବିଧାୟକ ନିହାର ରଞ୍ଜନ ମହାନନ୍ଦ ୬୫ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ରାଜସ୍ବ ମନ୍ତ୍ରୀ ସାଧାରଣ ଲୋକ ଯେପରି ହଇରାଣ ନହେବେ ସେହିପରି କାମ କରିବା ପାଇଁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସଭାରେ ଭେଡେନ ବ୍ଲକ ର ଶହ ଶହ ବିଜେପି ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ସମୟରେ ଓଡିଶା ରାଜସ୍ବ କ୍ଷେତ୍ର ସଂଘ ବରଗଡ ଶାଖା ପକ୍ଷରୁ ବିଭିନ୍ନ ଦାବୀ ଆଲୋଚନା କରିଥିଲେ ସଂଘ ର ଉପସଭାପତି ବଲରାମ ସେଠ, ସମ୍ପାଦକ ନରୋତ୍ତମ ପଣ୍ଡା ଯୋଗ ଦେଇଥିଲେ।




    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୦/୨୦୨୪----୮,୨୦ Sakhigopal News,2/10/2024

    Blog Archive

    Popular Posts