Breaking News

ନାଚ, କୁଦରେ ସରିଲା ସୁରଭି କାର୍ଯ୍ୟକ୍ରମ

 ଡେଲାଙ୍ଗ --- ସ୍ଥାନୀୟ ବିଶ୍ବନଥ ଦେବ  ସଂଯୁକ୍ତ ଉଚ୍ଚ ବିଦ୍ୟାପୀଠ ଗଡମୋଟରୀ ପରିସରରେ    ମଣ୍ଡଳସ୍ତରୀୟ "ସୁରଭି" କାର୍ଯ୍ୟକ୍ରମ ଡେଲାଙ୍ଗ ବିଇଓ ବିନୋଦ ପରମାଣିକଙ୍କ ପୌରହିତ୍ୟରେ  ନାଚ,କୁଦ ଓ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଡେଲାଙ୍ଗ-ବ୍ଲକ୍ ର ୧୬ଟି କ୍ଳଷ୍ଟର ର ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ବିତର୍କ, ହସ୍ତଶିଳ୍ପ,ହସ୍ତକଳା, ନୃତ୍ୟ, ଗୀତ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ  ଆଦିରେ ପ୍ରାୟ ୩୦୦ରୁ ଅଧିକ ପିଲା ଭାଗ ନେଇଥିଲେ । ଉଦଘାଟନୀ ଉତ୍ସବରେ   ଶିକ୍ଷାବିତ୍ ସତ୍ୟବାଦୀ ଦାଶ, ରବୀନ୍ଦ୍ର କୁମାର ଷଡ଼ଙ୍ଗୀ,ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ,ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ ,ସଞ୍ଜୁକ୍ତା ମିଶ୍ର,କବି ସନ୍ତୋଷ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରିଥିଲେ। ବିଶ୍ବନାଥ ଦେବ ସଂଯୁକ୍ତ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା ସମସ୍ତଙ୍କୁ ସ୍ଵାଗତ କରିଥିଲେ । ସିଆରସିସି ବସନ୍ତ ସେଠୀ,ତପନ ମଲ୍ଲିକ, ପ୍ରଭାତ ମଙ୍ଗରାଜ ମଞ୍ଚ ସଂଯୋଜନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ସାହୁ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଦାଶ, ସୁରେନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ସେଠୀ, ଗୋପାଳ ମହାପାତ୍ର,ଶିକ୍ଷକ ଦିଲ୍ଲୀପ ବେହେରା, ରମେଶ  ବଳବନ୍ତରାୟ, ଦୁର୍ଗା କେଶରୀ ପରିଡ଼ା ,ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ,ସିଆରସିସି ଦୟାନିଧି ମାର୍ଥା, ଜଗନ୍ନାଥ ପରିଡ଼ା,ଅଭିମନ୍ୟୁ ପ୍ରଧାନ, ପବିତ୍ର ପଣ୍ଡା ସହ ସବୁ ସିଆରସିସି, ବିଶ୍ଵନାଥ ଦେବ ଉଚ୍ଚ ବିଦ୍ୟାପୀଠର  ଶିକ୍ଷକ ଶିକ୍ଷୟିତ୍ରୀ ଓ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ  ପରିଚାଳନାରେ ସହଯୋଗ କରିଥିଲେ। ଉଦଯାପନୀ  ଉତ୍ସବରେ ବିଇଓ, ଏବିଇଓ ଓ ସିଆରସିସିଙ୍କ ସହ ମୁଖ୍ୟ ଅତିଥି  ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ  ପିଲାମାନଙ୍କୁ ପୁରସ୍କୃତ କରି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ।।ଶିକ୍ଷକ ପବିତ୍ର ଜେନା ଅତିଥି ପରିଚୟ  କରିଥିଲେ ।  ଶିକ୍ଷାବିତ୍ ରବିନ୍ଦ୍ର ଷଡ଼ଙ୍ଗୀ ,କବି ସନ୍ତୋଷ ମିଶ୍ର, ଶିକ୍ଷକ ବିକ୍ରମ ପାତ୍ର, ସୁଦିପ୍ତ ପରିଡ଼ା,ଅଶୋକ ପ୍ରଧାନ, ଅଭିମନ୍ୟୁ ସିଂ, ଦିନେଶ ବେହେରା,ପ୍ରଦୀପ ପ୍ରଧାନ,ପ୍ରାକ୍ତନ ଶିକ୍ଷକ ଦୀନବନ୍ଧୁ ମୁଦୁଲି ,ପ୍ରଭାତ ସାହୁ ଓ ଅନ୍ୟମାନେ ଏଥିରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା  ଧନ୍ୟବାଦ ଦେଇଥିଲେ।  ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ପ୍ରିୟଙ୍କା ସେନାପତି, ମନସ୍ଵିନୀ ସାହୁ, ପ୍ରିୟଦର୍ଶିନୀ  ପଟ୍ଟନାୟକ ,ଆଶୀଷ ଅରବିନ୍ଦ ଓ  ଅନ୍ୟ ମାନେ ଜିଲ୍ଲାସ୍ତରୀୟ ସୁରଭିରେ ଭାଗନେବେ ବୋଲି ଜଣାପଡିଛି ।

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୦/୨୦୨୪---୯,୩୫ Sakhigopal News,29/10/2024

Blog Archive

Popular Posts