ଟାମ୍ପରସରା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଵାଗତ ,ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ବରଗଡ଼ - ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଶିକ୍ଷା ଅଧୀନସ୍ଥ ଟାମ୍ପରସରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକକାଳୀନ ସ୍ବାଗତ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ତିନିଜଣ ନବାଗତ ଶିକ୍ଷକ ,ଶିକ୍ଷୟତ୍ରୀ ଅନୁପମା ତାଣ୍ଡି, ଜୟନ୍ତ ଦେହେରୀ ଓ ଅଭିଶେଖ ବାରିକଙ୍କୁ ସ୍ବାଗତ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ସୁଷମା ସାହୁ ଓ ରୁକସାର ବାନୋ ଯଥାକ୍ରମେ ଅତାବିରା ବାଳିକା ହାଇସ୍କୁଲ ଓ ତବଡା ହାଇସ୍କୁଲକୁ ବଦଳି ହେତୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମନୋହର ଦାଶ ସଭାପତିତ୍ବ କରିଥିଲେ । ଆୟୋଜିତ ସଭାରେ ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଭୋଇ, ବାହାମ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନିର୍ମଳ ଚନ୍ଦ୍ର ଭୋଇ,ଲରମ୍ଭା କଲେଜର ଅଧ୍ୟାପକ ଡଃ ଅଜିତ କୁମାର ନାଥ,ସି.ଆର.ସି କେଶବ ଛନ୍ଦ, ସ୍କୁଲ ସଭାପତି ପ୍ରେମରାଜ ନାଏକ ମୋସ୍କୁଲ ଅଭିଯାନର ସଭାପତି ଧନମାଳି ନାଏକ, ଗ୍ରାମର ବରିଷ୍ଠ ନାଗରିକ ଅମ୍ବୁଜ ଚରଣ ପଣ୍ଡା, ଡୋଳାମଣି ମହାନନ୍ଦ , ଅବସର ଶିକ୍ଷକ ନରେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ବିଦାୟୀ ଶିକ୍ଷୟିତ୍ରୀଙ୍କର କାର୍ଯ୍ୟକଳାପକୁ ପ୍ରଶଂସାକରି ୧୮୬୨ ମସିହାରୁ ଥିବା ଟାମ୍ପରସରା ସ୍କୁଲର ଐତିହ ଓ ଗୈାରବ ଉପରେ ବକ୍ତବ୍ୟ ରଖିଥିଲେ। ସ୍କୁଲ କମିଟିର ସଦସ୍ୟବୃନ୍ଦ, ଛାତ୍ରାଛାତ୍ରୀ ମାନେ ମାନପତ୍ର, ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ବିଗତ ଦିନର ଅନୁଭୂତି କୁ ପ୍ରକାଶ କରିଥିଲେ ।
ଏହି ଅବସରରେ ଶିକ୍ଷକ ଅକ୍ଷୟ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ବିଜୁଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ତ୍ରିନାଥ କୁମ୍ଭାର, ଉପେନ୍ଦ୍ର କର୍ଣ୍ଣ , ମୁକୁନ୍ଦ ବେହେରା, ସୁଜାତା ମହାନନ୍ଦ ,ସଂଗୀତା ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୦/୨୦୨୪----୭,୧୦ Sakhigopal News,27/10/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୦/୨୦୨୪----୭,୧୦ Sakhigopal News,27/10/2024