ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ସାନ୍ଧ୍ୟ ପ୍ରବଚନର ଉଦଯାପିତ ଦିବସ
ଜଟଣୀ --ସ୍ଥାନୀୟ ଟ୍ରାଫିକ କଲୋନୀ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ସାନ୍ଧ୍ୟ ପ୍ରବଚନର ପୂର୍ଣ୍ଣାହୁତି ଦିବସ ଅନୁଷ୍ଠିତ ହୋଇଯାଇଛି l ଏକ ସପ୍ତାହ ଧରି ପବିତ୍ର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ୧୬ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଗୋପାଳପୁର ରାଧାକାନ୍ତ ମଠର ବ୍ୟାସ ଶ୍ରୀ ଶ୍ରୀ ୧୦୮ ଶ୍ରୀ ବାବାଜୀ ସନ୍ଥ ଚରଣ ଦାଶ, କାଳୁପଡା ଘାଟ ଅଁଳାଡିହ ମଠର ଶ୍ରୀ ଶ୍ରୀ ୧୦୮ ଅରବିନ୍ଦ ଦାଶ ମହାରାଜ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆରାଧ୍ୟ୍ୟ ମନ୍ତ୍ର ସହ ଭକ୍ତିପୂତ ସଂଗୀତ ଗାନ କରିବା ସହ ବାଲେଶ୍ୱରର ପ୍ରବଚକ ପଣ୍ଡିତ ବିଜୟ କୁମାର ଦାଶ ଙ୍କ କଣ୍ଠରୁ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀମଦ ଭାଗବତ ଗ୍ରନ୍ଥରୁ ଉପସ୍ଥିତ ଭକ୍ତମାନଙ୍କୁ ପ୍ରଭୁଙ୍କ ଜୀବନୀ ଆରାଧନା ପୂର୍ବକ ପ୍ରବଚନ ଦେଇ ଶ୍ରୋତାଙ୍କ ହୃଦୟକୁ ଜିଣି ନେଇଥଲେ l ସ୍ଥାନୀୟ ଅଂଚଳର ଭକ୍ତ ସମାଜ ସଂଗଠନ ତରଫରୁ ପ୍ରତିବର୍ଷ କାର୍ତ୍ତିକ ମାସର ପ୍ରଥମ ଦିନରୁ ଏକ ସପ୍ତାହ ବ୍ୟାପି ଶ୍ରୀ ରାମ ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ସାନ୍ଧ୍ୟ ପ୍ରବଚନର ଆୟୋଜନ କରିଥାନ୍ତି l ଚଳିତ ବର୍ଷ ଏହି ୧୬ ତମ ବାର୍ଷିକ ଉତ୍ସବର ଆଜି ପୂର୍ଣ୍ଣାହୁତି ଦିବସରେ ଶହ ଶହ ଭକ୍ତ ବାତ୍ୟା "ଦାନ"ର ପ୍ରଭାବକୁ ଭୃକ୍ଷେପ ନ କରି ପ୍ରଭୃଙ୍କ ଆରାଧନା ସ୍ୱରୂପ ପ୍ରଭୁଙ୍କ ଚରଣରେ ନିଜକୁ ସମର୍ପଣ କରି ଜଗତର କଲ୍ୟାଣ ପାଇଁ ପାର୍ଥନା କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୦/୨୦୨୪----୯,୨୫ Sakhigopal News,25/10/2024