ପବିତ୍ର ବିଜୟା ଦଶମୀରେ "ରାବଣ'ପୋଡି ଉତ୍ସବ
ଜଟଣୀ :--ସ୍ଥାନୀୟ ଥାନାଛକ ଯାତ୍ରା ପଡିଆରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କର୍ମ ମନ୍ଦିର' ଆନୁକୂଲ୍ୟରେ ୧୦ମ ତମ ଶାରଦୀୟ ରାବଣ ପୋଡି ଉତ୍ସବ ଶ୍ରୀମତୀ ସବିତା ରାୟ ଙ୍କ ତତ୍ୱାବଧାନ ରେ ଏବଂ ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମ ରେ ଭାରତୀୟ ତୈଳ ନିଗମ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓଡିଶା ମୁଖ୍ୟ ଶ୍ରୀ ପିୟୁଷ ମିତ୍ତଲ,ଓ.ଟିଭି ର ସମ୍ବାଦ ସମ୍ପାଦକ ରାଧା ମାଧବ ମିଶ୍ର ଏବଂ ସମାଜସେବୀ ଶ୍ରୀ ତ୍ରିଲୋଚନ ରାୟ ପ୍ରମ୍ମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l
ଏହି ଉତ୍ସବ ରେ ଜଟଣୀ ର ସମସ୍ତ ପୂଜା କମିଟି ଏବଂ ବ୍ୟବସାୟୀ ସଙ୍ଘର ମୁଖ୍ୟ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ମେଧାବୀ ଛାତ୍ର ଓ କଳାକାର ମାନଙ୍କୁ ମାନପତ୍ର ସହ ଫଳକ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବହୁସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l ମନୋଜ ମିଶ୍ର, ପ୍ରଶାନ୍ତ ପ୍ରଧାନ, ମହେଶ ମିଶ୍ର, ତିରୁପତି ଶତପଥି ଏବଂ ପ୍ରଦୀପ ଜେନା ଏହି କାର୍ଯ୍ୟକ୍ରମ କୁ ସଫଳତା ର ସହ ପରିଚାଳନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୦/୨୦୨୪---୭,୫୫ Sakhigopal News,14/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୦/୨୦୨୪---୭,୫୫ Sakhigopal News,14/10/2024