ଡିଏଭି ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ କାର୍ଯ୍ୟଶାଳା ଅନୁଷ୍ଠିତ
ଭଞ୍ଜନଗର ----: ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ପଞ୍ଚମ ରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ଶିକ୍ଷା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଆତ୍ମରକ୍ଷା କୌଶଳ ତାଲିମପ୍ରାପ୍ତ ଜିରୋଳ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମିଶ୍ର,ଓ ଅଭିଭାବିକା ଶ୍ରୀମତୀ ରଶ୍ମୀତା ପାଣିଗ୍ରାହୀ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଡାକୁଆ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଶିକ୍ଷୟିତ୍ରୀ ମୋନାଲିସା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମିଶ୍ର ସମସ୍ତ ପରିସ୍ଥିତିକୁ ନିର୍ଭୟର ସହ ସାମ୍ନା କରିବାକୁ ରକ୍ଷଣଶୀଳ ପ୍ରାଥମିକ କୌଶଳକୁ ଶିକ୍ଷା ପ୍ରଦାନ କରିଥିଲେ । ଅଭିଭାବିକା ଶ୍ରୀମତୀ ରଶ୍ମୀତା ପାଣିଗ୍ରାହୀ ଏହି କ୍ଷେତ୍ରରେ ପ୍ରତ୍ୟେକ ପରିବାରରେ ମାତା ମାନଙ୍କୁ ସେମାନଙ୍କ କନ୍ୟା ସନ୍ତାନ ମାନଙ୍କୁ ଉତ୍ସାହିତ କରିବାପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଶିକ୍ଷୟିତ୍ରୀ ମୀରା ରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୦/୨୦୨୪----୭,୩୫ Sakhigopal News,27/10/2024