ଚାଷୀ ସଂଗଠନର କର୍ମକର୍ତ୍ତା ମାନଙ୍କ ସହିତ ମହିଳା ଗୋଷ୍ଠୀ ଓ ଚାଷୀ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ,-----ସତ୍ୟବାଦୀ କୃଷି ବିଜ୍ଞନେ କେନ୍ଦ୍ରର ସଭାଗୃହ ପରିସରରେ କେନ୍ଦ୍ର ସରକାରଙ୍କ ପ୍ରୟୋଜିତକୃଷକ ମାନଙ୍କର ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ । ଏଥିରେ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ପରିଚାଳନ ତଥା ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର, ମୁଖ୍ୟ ଅତିଥି ଭାବେ ଓୟୁ ଏଟି କୃଷି ସମ୍ପସାରଣ ଶିକ୍ଷା ଯୁଗ୍ମ ନିଦ୍ଦେଡ. ଶ୍ରବଣୀ ଦାଶ, ଉପ ଉଦ୍ୟାନ ନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ସହକାରୀ ମତ୍ସ ଅଧିକାରୀ ସତ୍ôୟାଦୀ ବ୍ଳକଲିପିଲତା ଖୁଣ୍ଠିଆ, ନାବାଡା ଡେପୁଟି ମ୍ୟାନେଜର ସସ୍ମିତା ପୁଷ୍ଟି, ଏଡିଓ ସୁଶାନ୍ତ କୁମାର ଦାଶ, ସତ୍ୟବାଦୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବାଣୀକାନ୍ତ ଖଟୁଆ ପ୍ରମୁଖ ଯୋଗ ଦେଇ ନିଜ ନିଜ ବିଭାଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଚାଷୀ ମାନଙ୍କୁ ଏକାଠି କରିବା, ଆଜିର ଦିନରେ ନୂତନ ପ୍ରଶାଳୀ ବା ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କରିବା, ଚାଷର ଉତ୍ପାଦନ ବଡାଇବା ସହ ବିକ୍ରୟ ବଟା ସଠିକ ଦରରେ କରି ଚାଷୀ ମାନଙ୍କ ମେରୁ ଦଣ୍ଡ ସୃଦୁଡ କରିବା ସଚେତନତାର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ବିଭିନ୍ନ ଚାଷୀ ସଂଗଠନ ମାନେ ଆଗେଇ ଆସିବା ପାଇଁ ଯୋଗ ଦେଇଥିବା ଅଧିକାହନ୍ତି ସରକାରଙ୍କ ଯୋଜନା କୃଷକ ମାନଙ୍କର ଉନ୍ନତି ପାଇଁ ମାତ୍ର ଏହା କେକେଦୁର କୃଷକ ମାନେ ଗ୍ରହଣ କରୁଛନ୍ତି ତାହା ଜଣାପଡିରୀ ମାନେ ପରାମର୍ଶ ଦେଇଥିଷଲ । ଏହି ଅବସରରେ ପୁରୀ ଜିଲ୍ଲାର ୩୧ ଗୋଟି କୃଷି ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ବକୁଳବନ ଫାରର୍ମର ପ୍ରଡ୍ୟୁସର ଅଗ୍ରନାଇଜେନସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀପତି ମହାପାତ୍ର କବ । ଏଠାରୁ ଆମେ ଶିକ୍ଷା ଗ୍ରହଣ କରିବା ପରେ ଆମ ସହିତ ଜଡିତ କୃଷକ ମାନଙ୍କୁ ସଚେତନତା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରର ବୈଞ୍ଜାନିକ ସୁମିତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଅନ୍ୟ ବୈଜ୍ଞାନିକ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୦/୨୦୨୪----୮,୧୦ Sakhigopal News, 30/10/2024