ବାତ୍ୟା ଦାନାକୁ ନେଇ ସତ୍ୟବାଦୀ ବ୍ଳକ ଚଳଚଞ୍ଚଳ; ୧୯୫୨ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ବାତ୍ୟା ଦାନାକୁ ନେଇ ଏବେ ଚଳଚଞ୍ଚଳ ହୋଇପଡିଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲି କରାଯାଇଛି ।ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟଙ୍କ ତତ୍ୱବଧାନରେ ବ୍ଳକ ପରିସରରେ ଏକ ୨୪ ଘଣ୍ଟିଆ କଣ୍ଟୋଲରୁମ ଖୋଲାଯାଇଛି । ଆବଶ୍ୟକ ପଡିଲେ ବିଡିଓ, ତହସିଲଦାର, ଏବିଡିଓ କିମ୍ବା ଜିପିଓଙ୍କ ନମ୍ବରକୁ ଫୋନ କରି ବାତ୍ୟା ସମ୍ପର୍କରେ ତଥ୍ୟ ଦେଇ ପାରିବ କିମ୍ବା କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ଜଣାଇ ପାରିବେ ବୋଲି ଜଣାପଡିଛି । ଅଧିକାରୀଙ୍କ ତଥ୍ୟ ଅନୁସାରେ କଚାଘର, ତଳିଆ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ପଞ୍ଚାୟତର ୧୯୫୨ ଜଣଙ୍କୁ ଆବଶ୍ୟକ ପଡିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ ବୋଲି ଏବିଡିଓ ସଲିଲ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୪---୮,୧୦ Sakhigopal News, 23/10/2024