Breaking News

୧୭ ଗ୍ରାମ ବ୍ରାଉନ ସୁଗାର ଜବତ, ତିନି ଯୁବକ ଗିରଫ

 
ଜଟଣୀ : ସ୍ଥାନୀୟ ରାମଚନ୍ଦ୍ରପୁର ମୌଜାରେ ଅବସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ନିକଟରେ ବେଆଇନ ବ୍ରାଉନ ସୁଗାର ବିକ୍ରି ହେଉଥିବା ଖବର ଏକ ବିଶ୍ଵସ୍ତ ସୂତ୍ରରୁ ପୁଲିସକୁ ମିଳିବା ପରେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ୍ ଉକ୍ତ ଅଞ୍ଚଳରେ ଅତର୍କିତ ଚଢଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରି କରୁଥିବା ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ ଠାରୁ  ୧୭ ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ବ୍ରାଉନସୁଗାରକୁ ବାଲେଶ୍ବର ଅଞ୍ଚଳର ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କ ନିକଟରୁ ଆଣିଥିବା କଥା ସ୍ଵୀକାର କରିଥିଲେ । ଏ ନେଇ ଜଟଣୀ ଥାନା ପୁଲିସ ୪୨୨/୨୪ ବେଆଇନ ବ୍ରାଉନ ସୁଗାର ବିକ୍ରୟ ଜନିତ ମାମଲା ରୁଜୁ କରିଛି । ବଡତୋଟା ଗ୍ରାମର  ଶିବ ପ୍ରସାଦ ଦଳେଇ (୨୨), ଯାଆଁଳା ପାଟଣାସାହିର ତନ୍ମୟ ମହାରଣା (୧୯) ଏବଂ ତମାଣ୍ଡୋ ଅଞ୍ଚଳର ଅଜୟ ହାୟର ସେକଣ୍ଡାରୀ ସ୍କୁଲ ନିକଟରେ ରହୁଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଦେବେନ୍ଦ୍ର ମଙ୍ଗରାଜ (୧୯) ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ଠାରୁ ସୁଚନା ମିଳିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୦/୨୦୨୪---୮,୨୫ Sakhigopal News,18/10/2024

Blog Archive

Popular Posts