କାଦୋବାହାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଆଲୋଚନା ଚକ୍ର
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ଏକ ଆଲୋଚନା ଚକ୍ରଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନବସେବା ହିଁ ମାଧବ ସେବାକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିବା ଜାତୀୟ ସେବା ଯୋଜନାର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ମିଳୁଥିବା ସରକାରୀ ସାହାଯ୍ୟ ତଥା ବିଭିନ୍ନ ଜନମଂଗଳକାରୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ବହୁ ସଂଖ୍ୟାରେ ମାଧ୍ୟମିକ ର ଛାତ୍ରଛାତ୍ରୀ ମାନଙ୍କୁ ଯୋଗଦେଇ ବୃକ୍ଷରୋପଣ, ରକ୍ତଦାନ, ପରିମଳ, ଜନସଚେତନତା ଆଦି ପ୍ରମୁଖ କାର୍ଯ୍ୟରେ ଯୋଗଦାନ ପାଇଁ ଆହ୍ବାନ କରାଯାଇଥିଲା । ଉକ୍ତ ଅବସରରେ କଲେଜ ଅଧ୍ୟକ୍ଷ ଶ୍ରୀ ବଳିଷ୍ଠ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଅତିଥିଭାବେ ଲରମ୍ଭା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧୀକାରୀ ତଥା ଆଲୋଚକ ଡଃ ଅଜିତ କୁମାର ନାଥ , ମହାବିଦ୍ୟାଳୟ ର ଯୁବରେଡ କ୍ରସ ଅଧିକାରୀ ଡଃ ସୁଶାନ୍ତ କୁମାର ପୂଜାରୀ, ଅର୍ଥନୀତି ବିଭାଗର ଅଧ୍ୟାପକ ଡଃ ଅରବିନ୍ଦ ଦାଶ , ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଦୀନେଶ ପ୍ରଧାନ ଯୋଗଦେଇଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ହୃଷିକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୦/୨୦୨୪----୮,୪୫ Sakhigopal News,25/10/2024