Breaking News

କୃଷି , ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ଓ ପଶୁସମ୍ପଦ ବିଭାଗର ଚାଷୀ ଓଜନପ୍ରତିନିଧି ମାନଙ୍କୁ ନେଇ ସମନ୍ନୟ ବୈଠକ

 


ସାକ୍ଷୀଗୋପାଳ ----ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକରେ ଜନପ୍ରତିନିଧି ମାନେ କୃଷି , ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ଓ ପଶୁସମ୍ପଦ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କେ ଅବଗତ କରାଯାଉନାହିଁ ବୋଲି ଅଭିଯୋଗ ଉଠାଇଥିଲେ । ଏହାର ସମାଧାନ କରିବା ପାଇଁ ଏହି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ତୁରନ୍ତ ଏକ ସମନ୍ନୟ ବୈଠକ କରିବା ପାଇଁ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ନିର୍ଦ୍ଦେଶ ଦେଇଥିଷଲ । ଏହାକୁ ନଜର କରି ପ୍ରଥମ ପର୍ଯ୍ୟାୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହ  ପରିସରରେ ଏକ ସମନ୍ନୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସମାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।  ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇ ସମସ୍ତ ବିଭାଗର ଅଧିକାରୀ ମାନେ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ଚାଷୀ ମାନଙ୍କ ସହିତ ସମନ୍ନୟ ରକ୍ଷା କରି ପାରିଲେ ଚାଷୀର ଉନ୍ନତି ହେବା ସହିତ ବ୍ଳକର ଉନ୍ନତି ହେବ ବୋଲି କହିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ଆତ୍ମାର ଅଧ୍ୟକ୍ଷ ମହମ୍ବଦ ଝିକିରିଆ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତ, ବିଷ୍ଠୁପିୟା ବରାଳ, ରତିକାନ୍ତ ମିଶ୍ରଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର, ଡ, ଅମ୍ବିକା ନାୟକ, ମଣ୍ଡଳ କଷି ଅଧିକାରୀ ସ୍ୱଦେସ୍ନା ପରିଡା, ବିଟିଏମ ସୋଲେଶ କୁମାର ଦାଶ, ଉଦ୍ୟାନ ବିଭାଗର ଅଧିକାରୀ ମନରଞ୍ଜନ ମହାପାତ୍ର ଓପ୍ରାଣି ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଚିକିତ୍ସା ଅଧିକାରୀ ସୋମନାଥ ବରାଳ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ  ଯୋଜନା ସମ୍ପର୍କେ କହିଥିଲେ । ଉପସ୍ଥିତ ଥିବା କିଛି ଚାଷୀ ମାନେ ରାଜ୍ୟ ସରକାରଙ୍କ ବକ୍ଷରୁ ମପାଇଥିବା ଯୋଜନା ସମ୍ପର୍କେ ମତ ପ୍ରକାଶ କରିଥିଷଲ । ମାତ୍ର ଏହି ସମନ୍ନୟ ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଅଳ୍ପ ସଂଖ୍ୟାରେ ଯୋଗ ଦେଇଥିବାରୁ ଦୁଖଃ ପ୍ରକାଶ କରିବା ସହ ସେମାନଙ୍କ ଏ ଆଲେଚନା ବିସୟରେ କିଛି ଅଭିଯୋଗ ନାହିଁ ବୋଲି ବିଧାୟକ କହିଥିଷଲ । ଯେଉଁ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାନଙ୍କ ପାଇଁ ଆସୁଥିବା ଯୋଜନା ସମ୍ପର୍କେ ଅବଗତ କରିବାକୁ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।  କୃଇ ବିଞ୍ଜନା କେନ୍ଦ୍ରର ବୈଜ୍ଞାନିକ ସୁମିତା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୪---୮,୧୦ Sakhigopal News 

Blog Archive

Popular Posts