Breaking News

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ, ଶପଥ ନେଲେ ଅଧିକାରୀ



ଭଞ୍ଜନଗର ----ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ବ୍ରହ୍ମପୁର ଭିଜିଲାନ୍ସ ଏସପି ଶ୍ରୀ ଗଣେଷ ଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ,ମୁଖ୍ୟ ବକ୍ତା ରୁପେ କେଏସୟୁବି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଦୁର୍ନୀତି କୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ।ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ନିଜ ର କାର୍ଯ୍ୟ କୁ ସାଧୁତା ଓ ସଚୋଟତାର ସଂପାଦନ କରିବାକୁ ମୁଖ୍ୟ ଅତିଥି ଭିଜିଲାନ୍ସ ଏସପି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।ନିଷ୍ଠା ଓ ସାଧୁତାର ସହିତ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟ ରେ କହିଥିଲେ। ନିଜେ ଦୁର୍ନୀତି ନକିବା ସହ ଦୁର୍ନୀତି କୁ ପ୍ରଶୟ ନଦେବାକୁ ମୁଖ୍ୟ ବକ୍ତା ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟ ରେ କହିଥିଲେ।
ଭିଜିଲାନ୍ସ ଏସପି ଶ୍ରୀ ପ୍ରଧାନ ଉପସ୍ଥିତ ଭଞ୍ଜନଗର ଉପଖଣ୍ଡ ର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ଶପଥ ପାଠ କରାଇଥିଲେ।ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା,ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,ଉତ୍କୋଚ ନନେବା,ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା କରିଥିଲେ।ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ଅଧିନ ସମସ୍ତ ବ୍ଲକ,ତହସିଲ ଓ ଏନଏସି ର ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୪---୯,୫୫ Sakhigopal News,30/10/2024

Blog Archive

Popular Posts