ଚନ୍ଦନପୁର ଆକ୍ସି ବ୍ୟାଙ୍କ ଶାଖା ପକ୍ଷରୁ ଗ୍ରାହକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବୈଠକ
ସାକ୍ଷୀଗୋପାଳ----ଚନ୍ଦନପୁର ବଜାରରେ ଥିବା ଆକ୍ସିବ୍ୟାଙ୍କ ଶାଖା ପକ୍ଷରୁ ବିଭିନ୍ନ ଗ୍ରାହକ ଓ ବ୍ୟାଙ୍କ ପରିଚାଳକଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶାଖା ପରିଚାଳକ ଦତ୍ତତ୍ରୟ ମହାନ୍ତିଙ୍କ ତତ୍ୱବଧାନରେ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଶୁନ୍ୟ ଆକାଉଣ୍ଟ ହୋଲଡର, ଫିକ୍ସ ଡିପୋଜିଟର, ଇସ୍ୟୁରାନସ ପ୍ରଡକ୍ଟ ଓ ଗ୍ରାହକ ମାନଙ୍କ ଅସୁବିଧା ସମ୍ପର୍କେ ଆଲେଚନା କରାଯାଇଥିଲା ।ଏଥିରେ ବିଭିନ୍ନ ବର୍ଗର ବ୍ୟାଙ୍କ ସହିତ ଲିଙ୍କଥିବା ପ୍ରାୟ ଦଶରୁ ଅଧିକ ପୁରୁଷ ମହିଳାଗ୍ରାହକ ମାନେ ଯୋଗ ଦେଇଥିଲେ । ବ୍ୟାଙ୍କରେ ବରିଷ୍ଠ ନାଗରିକ ମାନଙ୍କୁ ଦିଆଯାଉଥିବା ସୁବିଧା ଅନ୍ୟ ବ୍ୟାଙ୍କରେ ଏପରି ମିଳୁନାହିଁ ବୋଲି ବରିଷ୍ଠ ନାଗରିକ ମାନେ କହିଥିଲେ । ସେହିପରି ସରକାରୀ ବ୍ୟାଙ୍କ ଠାରୁ ବେସରକାରୀ ବ୍ୟାଙ୍କ ମଧ୍ୟରେ ଚନ୍ଦନପୁର ଆକ୍ସି ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ସୁବିଧା ସହଯୋଗ କରି ଆସୁଛନ୍ତି ବୋଲି ଗ୍ରାହକ ମାନେ ମତ ପ୍ରକାଶ କରିଥିଲେ । ବ୍ୟାଙ୍କର ପରିଚାଳକ ଉପସ୍ଥିତ ଥିବା ଗ୍ରାକ ମାନଙ୍କୁ ବ୍ୟାଙ୍କରେ ଥିବା ସମସ୍ତ ସ୍କିମ ସମ୍ପର୍କେ ସୁଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଉପଶାଖା ପରିଚାଳକ ଶୈଳନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ । ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୪--୭.୧୦ Sakhigopal News, 25/10/2024