ସତ୍ୟବାଦୀରେ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ୯୧ଟି ଅଭିଯୋଗ ; ସୁଭଦ୍ରା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଶିକ୍ଷା ବିଭାଗରେ ଅଧିକ ଅଭିଯୋଗ
ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକର ସଦଭାବନା ସଭାଗୃହ ପରିସରରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ହୋଇଯାଇଛି । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ୯୧ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୫ଗୋଟି ଅଭିଯୋଗ ଫଇସଲା କରାଯାଇଥିଲା । ଅଭିଯୋଗ ମଧ୍ୟରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନାରେ ଟଙ୍କା ନ ମିଳିବା, ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ପାନୀୟ ଜଳ, ମହିଳା ଶିଶୁ ବିକାଶ, ଶିକ୍ଷା ଆଦି ବିଭାଗ ସମ୍ପର୍କରେ ଅଭିଯୋଗ ଆସିଥିଲା । ଆଜିର ଏହି ଅଭିଯୋଗ ଶୁଣାଣୀରେ ଉପଜିଲ୍ଲାପାଳ ଗୋପିନାଥ କୁଅଁର, ଅତିରିକ୍ତ ଏସପି ବିଷ୍ଠୁପ୍ରସାଦ ପତି, ସିଡିଏମ ଓ ପୁରୀ, ତହସିଲଦାର ଆଲୋକ କୁମାର ଦେହୁରୀ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ. ଏସଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ଉମେଶ କୁମାର ସାହୁ, ଅତିରିକ୍ତ ବିଡିଓ ସଲିଲ କୁମାର ଦାଶ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଅଧିକାରୀ ଆଶୁତୋଷ ଦେ ପ୍ରମୁଖ ଯୋଗ ଦେଇ ଅଭିଯୋଗ ଗୁଡକ ଜନସାଧାରଣଙ୍କ ଠାରୁ ଶୁଣିଥିଲେ । ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଅଞ୍ଜନ ସାହୁ, ଶୁକଳର କଳ୍ପତରୁ ମହାପାତ୍ର, ଲିଙ୍ଗରାଜ ପରିଡା ପ୍ରମୁଖ ଆବାସ ଯୋଜନା ପାଇବା ପାଇଁ ଅଭିଯୋଗ କରିଥିବା ବେଳେ ବଳପୁର ପଞ୍ଚାୟତର ଜେନାସାହିର ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି ଯେ ଆବାସ ଯୋଜନା ଘର କରିସାରିଥିବା ବେଳେ ତାଙ୍କୁ ଅର୍ଥ ମିଳୁନାହିଁ । ମୂଳଅଳସା ଗ୍ରାମର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ ଉକ୍ତ ପଞ୍ଚାୟତରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି । ସେହିପରି ବୀରରାମଚନ୍ଦ୍ରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଭାଙ୍ଗି ଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ହୃଷିକେସ ମିଶ୍ର ଅଭିଯୋଗ ଆଣିଛନ୍ତି । ବଳରାମପୁରଗଡ ପଞ୍ଚାୟତରେ ମାକେର୍ଟ କମ୍ପେସ୍କ ତିନିବର୍ଷ ଧର ଅଧା କାମ ହୋଇ ପଡିରହିଛି ବୋଲି ଇତିଶ୍ରା ବେହେରା ଅଭିଯୋଗ ଆଣିଛନ୍ତି । ସେହିପରି ଅଠେଇଶ ଉଠା ଜଳସେଚନ ପାଣି ପଞ୍ଚାୟତର ସଭାପତ ରବୀନ୍ଦ୍ର ନାଥ ଶତପଥି ଅଭିଯୋଗ କରିଛନ୍ତି ଫନି ବାତାରେ ଉଠାଜଳସେଚନ ପ୍ରକଳ୍ପଟି ଭାଙ୍ଗି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମରାମତି ହେଉନାହିଁ । ସଂଯୁକ୍ତା ନାୟକ ବଳପୁର ପଥୁରିଆ ସାହିର ସ୍ୱାମୀଙ୍କର ଚିକିତ୍ସା ପାଇଁ ସହଯୋଗ କରିବା ପାଇଁ ଅଭିଯୋଗ କରିଥିଲେ ଉପଜିଲାପାଳ ଶ୍ରୀ କୁଅଁର ତୁରନ୍ତ ପୁରୀ ଜିଲ୍ଲା ସିଡିଏମଓଙ୍କୁ ଅଭିଯୋଗଟି ଦେଇଥିଲେ ସେ ସମସ୍ତ ଘଟଣା ଶୁଣିବା ପରେ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃୁତି ଦେଇଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ସମୟରେ ଶିକ୍ଷା, କୃଷି, ଉଦ୍ୟାନ, ଜଳସେଚନ, ପାନୀୟଜଳ, ପିଡ୍ୟୁ, ଆରଡି, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ପ୍ରାଣି ପଶୁସମ୍ପଦ, ବିଦ୍ୟୁତ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୦/୨୦୨୪---୭,୧୦ Sakhigopal News, 21/10/2024